୨୨୫୩ ସ୍ଥାନରେ ହୁତ୍‌ ହୁତ୍‌ ହୋଇ ଜଳୁଛି ଜଙ୍ଗଲ

ଭୁବନେଶ୍ୱର: ରାଜ୍ୟରେ ତାତି ଯେତିକି ବଢୁଛି, ଜଙ୍ଗଲ ନିଆଁ ସେତିକି ମାଡ଼ି ମାଡ଼ି ଚାଲିଛି । ୨୨୫୩ଟି ସ୍ଥାନରେ ଜଙ୍ଗଲ ହୁତ୍‌ ହୁତ୍‌ ହୋଇ ଜଳୁଛି । ମାଲକାନଗିରି, ନବରଙ୍ଗପୁର, ସୁନାବେଡ଼ା, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, ବାଲିଗୁଡ଼ା ଓ ଆଠମଲ୍ଲିକ ବନଖଣ୍ଡରେ ବଡ଼ଧରଣର ନିଆଁ ଲାଗିଛି । ତେଲେଙ୍ଗାନା ପରେ ଗତ ସପ୍ତାହରେ ବନାଗ୍ନିରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ।

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗତ ମାର୍ଚ୍ଚ ୨ ତାରିଖରୁ ଏବେ ସୁଦ୍ଧା ଓଡ଼ିଶାରେ ଦେଶର ଦ୍ୱିତୀୟ ସର୍ବାଧିକ ଜଙ୍ଗଲ ନିଆଁ ତଥ୍ୟ ରେକର୍ଡ ହୋଇଛି । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ (ଏଫଏସ୍‌ଆଇ) ର ଏସଏନପିପି ମଡେଲ ଅନୁସାରେ,୨୨୫୩ଟି ସ୍ଥାନରେ ଜଙ୍ଗଲ ଜଳୁଛି । ଏମଓଡିଆଇଏସ୍‌ର ତଥ୍ୟ ଅନୁସାରେ ୩୩୩ଟି ସ୍ଥାନରେ ଜଙ୍ଗଲ ଜଳୁଛି ।

କୋରାପୁଟ ସର୍କଲର ରାୟଗଡ଼ା ରେଞ୍ଜ, ବୋରିଗୁମ୍ମା ରେଞ୍ଜ, ମୋଟୁ ରେଞ୍ଜ , ବୈପାରୀଗୁଡ଼ା ଓ ଝରିଗାଁ ରେଞ୍ଜର ଏକାଧିକ ସ୍ଥାନରେ ଜଙ୍ଗଲ ଜଳୁଛି । ମାଲକାନଗିରିର ମାଥିଲି ରେଞ୍ଜ, କୋଡ଼ିଙ୍ଗା ରେଞ୍ଜ, ଉମରକୋଟ ରେଞ୍ଜ, ନାରାୟଣପାଟଣା ରେଞ୍ଜ, କୋଟପାଡ଼ ଓ ସେମିଳିଗୁଡ଼ା ରେଞ୍ଜର ଅନେକ ସ୍ଥାନରେ ଜଙ୍ଗଲ ଜଳୁଛି । ଭବାନୀପାଟଣା ସର୍କଲର ସୁନାବେଡ଼ା ରେଞ୍ଜ, ନୂଆପଡ଼ା ରେଞ୍ଜ, ଜୟପାଟଣା ରେଞ୍ଜ, ସିନାପାଲ୍ଲୀ ରେଞ୍ଜ, ଖରିଆର ରେଞ୍ଜ, କଗାଁ ରେଞ୍ଜ, ହରିଶଙ୍କର ରେଞ୍ଜରେ ଜଙ୍ଗଲ ଜଳୁଛି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସର୍କଲର ଗୋପାଳପୁର ରେଞ୍ଜ, ହେମଗିରି ରେଞ୍ଜରେ ଜଙ୍ଗଲ ଜଳୁଛି । କନ୍ଧମାଳ, ରାୟଗଡ଼ା, ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ଜିଲ୍ଲାର ବହୁ ସ୍ଥାନରେ ଜଙ୍ଗଲ ନିଆଁ ମାଡ଼ି ମାଡ଼ି ଚାଲିଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ