ଭୁବନେଶ୍ୱର: ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ଆସିଛି ବଡ଼ ଖବର । ଆସନ୍ତା ୨୪ ତାରିଖ ପଞ୍ଚାୟତିରାଜ ଦିବସ ଅବସରରେ ବାକିଥିବା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ଉପମମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏପ୍ରିଲ ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ପଞ୍ଚାୟତିରାଜ ଦିବସରେ ପୁରୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହି ଟଙ୍କା ପ୍ରଦାନ କରାଯିବ । ଏହି ଦିନ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିର ଟଙ୍କା ଆସିବ । ସେମାନେ ଏକ ସମୟରେ ୧୦ ହଜାର ଟଙ୍କା ପାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାମାନଙ୍କୁ କେବଳ ଟଙ୍କା ମିଳିବ । ଯେଉଁ ମହିଳାମାନେ ମାର୍ଚ୍ଚ ୩୧ ପରେ ଆବେଦନ କରିଥିବେ ସେମାନଙ୍କୁ ଟଙ୍କା ମିଳିବନି ।
ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି । ସେହିଭଳି ଦ୍ୱିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଦ୍ୱିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।
୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ
ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…








