୨୫ତମ ରାଜଧାନୀ ପୁସ୍ତକମେଳା ଉଦ୍‌ଯାପିତ

ଭୁବନେଶ୍ୱର,24/11: ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ୨୫ତମ ରାଜଧାନୀ ପୁସ୍ତକମେଳା ଉଦ୍‌ଯାପିତ ହୋଇଯାଇଛି। ପୁସ୍ତକମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ମୁଖ୍ୟବକ୍ତା ଭାବେ କବି ପୀତବାସ ରାଉତରାୟ, ପ୍ରଭାତୀ ମିଶ୍ର ଓ ସମୀର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସାହିତ୍ୟର ବିଭିନ୍ନ ବିଭାଗରେ ଶ୍ରେଷ୍ଠ ରଚନା ପୁସ୍ତକ ପାଇଁ ବହୁ କବି, ଲେଖକ, ଔପନାସିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରିଥିଲେ। ଆବାହକ ରମେଶଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭ୍ୟ ବୀରକିଶୋର ପ୍ରଧାନ ଧନ୍ୟବାଦ ଦେଇଥିଲେ। ସଂପାଦକ ଭାସ୍କର ଜେନା ଓ ସଭ୍ୟ କମଳିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ