୩୦ରୁ ଭିତରକନିକାରେ ପକ୍ଷୀ ଗଣନା

ରାଜନଗର : ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ। ଚଳିତ ମାସ ୩୦ରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ୟ୍ୟନ୍ତ ଚାଲିବ। ଜାତୀୟ ଉଦ୍ୟାନରେ ଥିବା ମଠଆଡିଆ ଓ ଜାତୀୟ ଉଦ୍ୟାନ ବାହାରେ ବ୍ରାହ୍ମଣୀ ନଦୀସ୍ଥିତ ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ। କନିକା ରେଞ୍ଜରେ ମଠଆଡିଆ ଲକ୍ଷ୍ମୀ ପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦଠିଆରେ ଗଣନା କରାଯିବ। ତିନୋଟି ଦଳ ଏହି ଗଣନାରେ ସାମିଲ ହେବେ। ପ୍ରତି ଦଳରେ ୭ ଜଣଙ୍କୁ ସାମିଲ କରାଯିବ। ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର। ପକ୍ଷୀ ଗଣନା ସମୟରେ ଭିତରକନିକାକୁ ପର୍ୟ୍ୟଟକଙ୍କୁ ବାରଣ କରାଯାଇଛି। ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନକୁ ୨୦୦୨ରେ ରାମହରି ସାଇଟର ମାନ୍ୟତା ମିଳିଛି। ବର୍ଷା ଋତୁ ଆରମ୍ଭରେ ଦେଶୀୟ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ଦେଶର କୋଣ ଅନୁକୋଣରୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥାନ୍ତି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ