ଜୟପୁର,16/09: ଚଳିତ ବର୍ଷ କୋରାପୁଟ ଜିଲ୍ଲାର ଜୟପୁର ଦଶହରା ପୂଜା କମିଟି ଦ୍ୱାରା ଆୟୋଜିତ ହେଉଥିବା ଦଶହରା ଉତ୍ସବରେ ୬୦ ରୁ ଅଧିକ ଆଦିବାସୀ ଗୋଷ୍ଠୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ନିଜର ସମୃଦ୍ଧ ଇତିହାସ ଏବଂ ଜୟପୁର ରାଜ୍ୟର ସାଂସ୍କୃତିକ ପ୍ରସିଦ୍ଧି ପାଇଁ ଜଣାଶୁଣା ଏହି ସହର ଏବେ ବି ଉତ୍ସବ ସମୟରେ ବିଭିନ୍ନ ଜନଜାତି ଗୋଷ୍ଠୀର ଅଂଶଗ୍ରହଣର ସାକ୍ଷୀ ହୋଇଥାଏ। ଅତୀତରେ, ଜୟପୁରରେ ଦଶହରା ଉତ୍ସବ ୧୬ ଦିନିଆ କାର୍ଯ୍ୟକ୍ରମ ଅତି ଆକର୍ଷଣୀୟ ଥିଲା। ଏହି ଉତ୍ସବ ପ୍ରସିଦ୍ଧ ମହୀଶୂର ଦଶହରାର ବୈଭବ ଏବଂ ପରିମାଣକୁ ପ୍ରତିପାଦିତ କରୁଥିଲା। ଚଳିତ ବର୍ଷ, ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲାରୁ ୬୦ ରୁ ଅଧିକ ଗୋଷ୍ଠୀଙ୍କୁ ନିମନ୍ତ୍ରଣ ପଠାଯିବ ବୋଲି କମିଟିର ମୁଖ୍ୟ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ପ୍ରଦାନ କରିଛନ୍ତି। ଜୟପୁରର ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ଏକ ପ୍ରମୁଖ ଊତ୍ସବ। ରାଜାମାନଙ୍କ ରାଜତ୍ୱ କାଳରେ ଦଶହରା ରାଜକୀୟ ପରମ୍ପରାରେ ପାଳନ କରାଯାଉଥିଲା। ଏହା ଯେଉଁ ମହାନତା ସହିତ ପାଳନ କରାଯାଉଥିଲା ତାହା ଅସାଧାରଣ ଥିଲା ବୋଲି ଜୟପୁରର ଆଦିବାସୀ ଗବେଷକ ପରେଶ ରଥ କହନ୍ତି। କାଳକ୍ରମ ରାଜକୀୟ ପରମ୍ପରା ପାଳନରେ କିଛିଟା ବ୍ୟତିକ୍ରମ ଘଟିଛି ଏବଂ ପରମ୍ପରା ପାଳନ କମି ଯାଇଛି। ଏବେ ସମୟ ସହିତ ଦଶହରା ଉତ୍ସବରେ ଢେର ପରିବର୍ତ୍ତନ ଆସିଛି। ରାଜା ଆଉ ଉତ୍ସବର ନେତୃତ୍ୱ ନେଉ ନାହାନ୍ତି। ତେବେ ପବିତ୍ର ବାଉଁଶକୁ ସମ୍ମାନିତ କରାଯାଉଛି ଏବଂ ପ୍ରାଚୀନ ଉତ୍ସବର ରୀତିନୀତିକୁ ପୁନର୍ଜୀବିତ କରିବା ପାଇଁ ପ୍ରୟାସ ଚାଲିଛି।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




