୩୧ରେ ନୂଆ ଏନଏସି ଓ ମହାନଗର ନିଗମ ଘୋଷଣା

ଭୁବନେଶ୍ବର : ବିକଶିତ ଓଡ଼ିଶା ୨୦୩୬ ମଞ୍ଚରୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ତ୍ରୀ କହିଛନ୍ତି, ସହରୀକରଣଙ୍କୁ ବୃଦ୍ଧି କରିବେ ସରକାର । ଆଗକୁ ସହରୀକରଣକୁ ବୃଦ୍ଧି କରାଯିବ । ରାଜ୍ୟରେ ମାତ୍ର ୧୭%ରେ ସୀମିତ ରହିଆସିଥିବା ସହରୀକରଣକୁ ୪୦% ବୃଦ୍ଧି କରାଯିବ । ଅଗଷ୍ଟ ୩୧ ତାରିଖରେ ନୂଆ ଏନଏସି ଓ ନୂଆ ମହାନଗର ନିଗମ ଘୋଷଣା କରିବେ ସରକାର ।ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୧୬ ତାରିଖରେ ୧୨ଟି ନୂଆ ଏନଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏ ନେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୭ଟି ଜିଲ୍ଲାର ୧୨ଟି ଅଞ୍ଚଳକୁ ଏନଏସି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୧୨ ନୂଆ ଏନଏସି ହେଉଛି ଅନୁଗୁଳ ଜିଲ୍ଲାର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ଵରର ସିମୁଳିଆ ଓ ବସ୍ତା, ମୟୁରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡି ଓ ଧୁଷୁରି । ସହର ସଂଖ୍ୟା, ଭୌଗୋଳିକି ସ୍ଥିତି ଏବଂ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହିସବୁ ଅଞ୍ଚଳକୁ ଏନଏସି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଞ୍ଚଳକୁ ଏନଏସି ମାନ୍ୟତା ଦାବି ଜୋର ଧରିଥିଲା । ଯାହା ପରେ ସରକାର ନୂଆ ଏନଏସି ଓ ନୂଆ ମହାନଗର ନିଗମ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ନବମ ଓ ଦଶମ ପିଲାଙ୍କୁ ମିଳିବ ମାଗଣା ବହି

    ଭୁବନେଶ୍ୱର, ୧୩ ।୧୦ : ରାଜ୍ୟ କ୍ୟାବିନେଟ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରିବେ । ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୨୮.୯୦ ଲକ୍ଷ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

    ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ