୩୪ବର୍ଷ ବୟସରେ ଜୀବନ ହାରିଲେ ବିଜେପି ନେତ୍ରୀ

ଗୁଜରାଟର ସୁରଟରେ ଜଣେ ୩୪ ବର୍ଷୀୟ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ହେଲେ ହଠାତ୍‌ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି।
ଦୀପିକାଙ୍କ ସ୍ୱାମୀ ଜଣେ ଚାଷୀ। ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରିଛି ଓ କେଉଁ ପରିସ୍ଥିତିରେ ଦୀପିକା ଜୀବନ ହାରିଲେ, ତା’ର ଯାଞ୍ଚ ଆରମ୍ଭ କରିଛି।
ବରିଷ୍ଠ ପୁଲିସ୍‌ ଅଧିକାରୀ ବିଜୟ ସିଂହ ଗୁରଜର କହିଛନ୍ତି, “ଦୀପିକା ରବିବାର ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ କର୍ପୋରେଟର ଚିରାଗ ସୋଲାଙ୍କୀ ଓ ଦୀପିକାଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।”

ଦୀପିକାଙ୍କ ଶବକୁ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ କହିବା କଥା ଯେ ବେକରେ ରଶି ଲଗାଇ ସେ ଜୀବନ ହାରିଛନ୍ତି। ଫରେନ୍ସି ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଯାଏ କୌଣସି ପ୍ରକାରର ସୁଇସାଇଟ ନୋଟ ମିଳିନି। ପୁଲିସ୍‌ ଦୀପିକାଙ୍କ ଫୋନକୁ ଫରେନ୍ସିକ ଟେଷ୍ଟିଂ ପାଇଁ ପଠାଇଥିଲୁ। ତାଙ୍କ କଲ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି।

ମୃତ୍ୟୁ ପୂର୍ବରୁ ଦୀପିକା କର୍ପୋରେଟର ଚିରାଗଙ୍କୁ ଫୋନ କରିଥିଲେ। ସେ ଅତ୍ୟନ୍ତ ଚାପରେ ରହିଛନ୍ତି ଓ ବଞ୍ଚିବାକୁ ଆଉ ଇଚ୍ଛା ନଥିବା ତାଙ୍କୁ କହିଥିଲେ। ଏକଥା ଶୁଣି ଚିରାଗ ତୁରନ୍ତ ଦୀପିକାଙ୍କ ଘରେ ପଞ୍ଚିଥିଲେ। ସେତେବେଳକୁ ଦୀପିକାଙ୍କ ରୁମ ବନ୍ଦ ରହିଥିଲା। ଘରର ଆଉ ଗୋଟିଏ ରୁମରେ ତାଙ୍କ ପିଲାମାନେ ରହିଥିଲେ।

ଚିରାଗ ବନ୍ଦ ରହିଥିବା ରୁମର କବାଟକୁ ଭାଙ୍ଗି ଭିତରେ ପଶିଥିଲେ। ଏହି ସମୟରେ ଦୀପିକା ଝୁଲନ୍ତା ଅବସ୍ଥାରେ ରହିଥିବା ସେ ଦେଖିବାକୁ ପାଇଥିଲେ। ଚିରାଗ ଜଣେ ଡାକ୍ତରଙ୍କୁ ଡାକିଥିଲେ। ହେଲେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଦୀପିକାଙ୍କୁ ହସ୍ପିଟାଲ ନେବାକୁ ଡାକ୍ତର ଜଣଙ୍କ ପରାମର୍ଶ ଦେଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଦୀପିକାଙ୍କ ସ୍ୱାମୀ, ପିଲା ଓ ପରିବାର ଲୋକଙ୍କ ସହ କଥା ହୋଇଛି। ହେଲେ ସେମାନେ କାହା ଉପରେ ବି ସନ୍ଦେହ ପ୍ରକାଶ କରିନାହାନ୍ତି। ପୁଲିସ୍‌ କିନ୍ତୁ ଘଟଣାକୁ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି।

  • Related Posts

     ଆସନ୍ତା କାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘‘ବିକଶିତ ଭାରତ ସଂକଳ୍ପ ସଭା’’ଅନୁଷ୍ଠିତ ହେବ

    ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ଅତ୍ୟନ୍ତ ଗୌରବମୟ ଦିନ: ଶ୍ରୀ ମନମୋହନ ସାମଲ ଭୂବନେଶ୍ୱର, ତା.୦୬/୧୦: ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ…

    Continue reading
    ଅସ୍ତିତ୍ୱ ହରାଇ ବିଜେଡି ଏବେ ‘ନିର୍ମୂଳୀ ଲତା’ସଦୃଶ

     ଇଣ୍ଡି ମେଂଟ ଓ କଂଗ୍ରେସର ନୈତିକତାର ବଡ଼ ବଡ଼ କଥା କେବଳ ରାଜନୈତିକ ଡ୍ରାମାବାଜି  ବିଜେଡି ଓ ‘ଇଣ୍ଡି’ ମେଂଟର ମଧୁଚନ୍ଦ୍ରିକା ବହୁ ପୁରୁଣା  ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ବିଭିନ୍ନ ସାହାରା ଖୋଜୁଛି ବିଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ