
ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟିର ପୁରସ୍କାର ରାଶି ଘୋଷଣା କରାଯାଇଛି । ପୁରସ୍କାର ରାଶି ଘୋଷଣା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ ପୁରସ୍କାର ।
ଟପ୍ ୩ ଜିଲ୍ଲା ପଞ୍ଚାୟତ ସଂଶାଧନ କେନ୍ଦ୍ର ପୁରସ୍କାର ପାଇଁ ଯୋଗ୍ୟ ଭାବେ ବିଚାର କରାଯିବ। MGNREGA, ସ୍ବଚ୍ଛତା- ବାହ୍ୟ ମଳମୁକ୍ତ ଜଲ ଜୀବନ ମିଶନ ସୁଶାସନ, ଦକ୍ଷତା ବିକାଶ, ଆୟ ସ୍ରୋତ ବୃଦ୍ଧି, ଅନଲାଇନ ଅଡିଟ, ମହିଳାଙ୍କ ଭାଗିଦାରୀ ବୃଦ୍ଧି ଆଦି ପରି ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଆଧାରରେ ଏହି ପୁରସ୍କାର ସବୁ ଦିଆଯିବ। ଯାହା ରାଜ୍ୟ ସ୍ତରରୁ ବ୍ଲକ ଯାଏଁ ୨୫ ଲକ୍ଷ ଟଙ୍କା ଅର୍ଥରାଶିରୁ ୧ ଲକ୍ଷ ଟଙ୍କା ଅର୍ଥରାଶି ପର୍ଯ୍ୟନ୍ତ ରହିଛି। LSDGର ବିଷୟ ସମ୍ପର୍କିତ ବିକାଶ କାର୍ଯ୍ୟ, ଯେଉଁ ବିଷୟ ଅନୁସାରେ ପୁରସ୍କାର ମିଳିଛି। ସେହି ବିଷୟ ସମ୍ପର୍କିତ ବିକାଶ କାର୍ଯ୍ୟରେ ବ୍ୟବହାର, ସାମୁଦାୟିକ ଢାଞ୍ଚା ବିକାଶ, ରାସ୍ତା, ଘାଟ, ପାନୀୟଜଳ, ଅନ୍ୟାନ୍ୟ ସାଧାରଣ ଢାଞ୍ଚା, ସ୍ବାସ୍ଥ୍ୟ ଶିବିର ଆୟୋଜନ, ଚିକିତ୍ସା ଶିବିର, ମହିଳା/ଶିଶୁ ସ୍ବାସ୍ଥ୍ୟ ଉପକ୍ରମ, ଡିଜିଟାଲ ଓ ସାର୍ବଜନୀନ ଲାଇବ୍ରେରୀ, ଡିଜିଟାଲ କ୍ଲାସ୍ ରୁମ୍, ଉନ୍ନତ ପାଠପାଠନ ସୁବିଧା, ଅନଲାଇନ୍ ଅଡିଟ୍ ସଂପାଦନ, ଉତ୍କୃଷ୍ଟ ବିଷୟ ଭିଭିକ GPDP ପ୍ରସ୍ତୁତି, eGS portalରେ ଗ୍ରାମ ପଞ୍ଚାୟତ ପ୍ରୋଫାଇଲ ଅପଡେଟ୍ ଓ ଅନ୍ୟାନ୍ୟ ମାନଦଣ୍ଡ ଆଧାରରେ ମିଳିବ ପୁରସ୍କାର ରାଶି ।
ସେହିପରି ରାଜ୍ୟ ପଞ୍ଚାୟତ ପୁରସ୍କାର ଓ ପ୍ରୋତ୍ସାହନରାଶିର ରାଜ୍ୟ ସ୍ତରୀୟ ପୁରସ୍କାର ସ୍ଥାନୀୟ କ୍ଷେତ୍ରର ସ୍ଥାୟୀ ଉନ୍ନତି ଲକ୍ଷ୍ୟ (Localized SDGs – LSDGs)ର ୯ଟି ବିଷୟ ଉପରେ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ଦେଖାଇଥିବା ଟପ୍ ୩ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦମାନେ ପ୍ରୋତ୍ସାହନ ପାଇଁ ଯୋଗ୍ୟ ହେବେ। ଏଥିସହିତ, LSDGs ର ପ୍ରତ୍ୟେକ ବିଭିନ୍ନ ବିଷୟ ଉପରେ ଟପ୍ ୩ ପଞ୍ଚାୟତମାନେ ପ୍ରତ୍ୟେକ ବିଷୟ ପାଇଁ ଅଲଗା ଭାବେ ପ୍ରୋତ୍ସାହନ ପୁରସ୍କାର ପାଇବେ। ଯଥାକ୍ରମେ ୨୫ ଲକ୍ଷ ଟଙ୍କା ପ୍ରଥମ, ୨୦ ଲକ୍ଷ ଦ୍ଵିତୀୟ ପୁରସ୍କାର ରାଶି, ଓ ୧୫ ଲକ୍ଷ ଟଙ୍କା ତୃତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତକୁ ଦିଆଯିବ । ଜିଲ୍ଲା ସ୍ତରରେ ପ୍ରତ୍ୟେକ ଜିଲ୍ଲାରେ LSDG ବିଷୟ ଅନୁଯାୟୀ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ଦେଖାଇଥିବା ଟପ୍ ୩ ଗ୍ରାମ ପଞ୍ଚାୟତମାନେ ପ୍ରାଥମିକ ଅର୍ଥରାଶି ପୁରସ୍କାର (Prize Money) ପାଇବେ। ପ୍ରଥମକୁ ୧୫ ଲକ୍ଷ ଦ୍ବିତୀୟକୁ ୧୦ ଲକ୍ଷ ଓ ତୃତୀୟକୁ ୫ ଲକ୍ଷର ରାଶି ପ୍ରଦାନ କରାଯିବ।
ପ୍ରତ୍ୟେକ ବ୍ଲକ୍ ସ୍ତରରେ ଟପ୍ ୩ ଗ୍ରାମ ପଞ୍ଚାୟତମାନେ ସ୍ମାରକ କୃତଜ୍ଞତା ପତ୍ର (Token Certificate of Appreciation) ପାଇବେ। ପୁରସ୍କାର ବାବଦରେ ପ୍ରଥମକୁ ୩ ଲକ୍ଷ, ଦ୍ବିତୀୟକୁ ୨ ଲକ୍ଷ ଓ ତୃତୀୟକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ରାସ୍ତା ଘାଟ, ପାନୀୟ ଜଳ, ଡିଜିଟାଲ କ୍ଷେତ୍ରରେ ଅନଲାଇନ ବ୍ୟବସ୍ଥା ସୁଦୃଢ଼ କରିବେ, ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରିବେ, ଅଙ୍ଗନବାଡି କେନ୍ଦ୍ରର ମରାମତିକୁ ଦେବେ ଗୁରୁତ୍ୱ, ଖେଳ ପଡ଼ିଆ ଓ ଖେଳ ସାମଗ୍ରୀର ଉନ୍ନତି ଆଦିକୁ ଦିଆଯିବ ଗୁରୁତ୍ୱ। ଜନତାଙ୍କୁ ଭଲ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ବାଚିତ ହୋଇଥିବା ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ପଞ୍ଚାୟତର ସାମାଜିକ କର୍ମୀଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।




