୪ ବର୍ଷ ହେଲା ରାସ୍ତା ଅବରୋଧ, ପ୍ରଶାସନ ନିରବ

ହଇରାଣ ହେଉଛନ୍ତି ମେଦିନୀପୁରବାସୀ
ଦେବଗଡ: ରିଆମାଳ ବ୍ଲକ୍‌ ବୁଡ଼ିଦୋ ପଞ୍ଚାୟତ ମେଦିନୀପୁର ଗ୍ରାମରେ ୪ ବର୍ଷରୁ ଅଧିକ ହେଲା ରାସ୍ତା ଅବରୋଧ ସମସ୍ୟା ଲାଗି ରହିଛି। ତଥାପି ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ ସମାଧାନ ପାଇଁ କିଛି ଆଖିଦୃଶିଆ ପଦକ୍ଷେପ ନେଇପାରୁ ନାହାଁନ୍ତି। ଫଳରେ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିରହିଛି। ଗ୍ରାମବାସୀ ପୂର୍ବରୁ ବହୁବାର ଜିଲ୍ଲା ପ୍ରଶାସନ ଓ ତହସିଲଦାରଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇଥିବା ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ମେଦିନୀପୁର ଗ୍ରାମରୁ ଝଲକିଦରକୁ ସଂଯୋଗ କରୁଥିବା ରାସ୍ତାର ଗ୍ରାମ ନିକଟରେ ଗ୍ରାମର ଦୁଇଜଣ ବ୍ୟକ୍ତି ଅବରୋଧ କରି କାନ୍ଥ ଓ ତାରବାଡ଼ ଦେଇଛନ୍ତି। ଉକ୍ତ ରାସ୍ତା ଦେଇ ଚାଷୀ ଚାଷ ପାଇଁ ବ୍ୟବହୃତ ଶଗଡ଼ଗାଡ଼ି, ଟ୍ରାକ୍ଟର, ପାୱାରଟିଲର ନେଇଥାନ୍ତି। ଏହି ରାସ୍ତା ଦେଇ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ଆଣିବାକୁ ଯାଇଥାନ୍ତି। ମାତ୍ର ରାସ୍ତା ଅବରୋଧ ହୋଇଥିବାରୁ ଅନ୍ୟ ଏକ ରାସ୍ତା ଦେଇ ଯାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ୨୦୨୫ ଡିସେମ୍ବର ୧୦ ତାରିଖ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଖିଦୃଶିଆ ପଦକ୍ଷେପ ନ ନେବାରୁ ୨୦୨୬ ଜାନୁଆରି ୧୭ ତାରିଖ ଦିନ ପୁଣି ଏ ବାବଦରେ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏହି ସମସ୍ୟା ସମାଧାନ ନକରି ଆଉକିଛି ଜବରଦଖଲ କରି ନଥିବା ନିରୀହ ପ୍ରଜାଙ୍କୁ ରାଜସ୍ୱ ବିଭାଗ ନୋଟିସ ପଠାଇଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ