୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍। ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ରୋହତକ ସ୍ଥିତ ସୁନାରିଆ ଜେଲ୍‌ରେ ବନ୍ଦୀ ଥିବା ବାବା ରାମ୍ ରହିମ୍‌ ପାରୋଲରେ ଆସି ସିରସା ଡେରା ଅଭିମୁଖେ ଯାଇଛନ୍ତି। ଆସନ୍ତା ଅଗଷ୍ଟ ୧୫ରେ ତାଙ୍କର ଜନ୍ମଦିନ ରହିଛି। ତେଣୁ ସିରସା ଡେରାରେ ରକ୍ଷା ବନ୍ଧନ ପରେ ରାମ ରହିମ୍‌ଙ୍କ ଜନ୍ମୋତ୍ସବ ପାଳନ ହେବ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ବାବା ରାମ ରହିମ୍ ୨୦୧୭ରୁ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇ ରୋହତକର ସୁନାରିଆ ଜେଲ୍‌ରେ ସଜା କାଟୁଛନ୍ତି। ରାମ ରହିମଙ୍କ ଜେଲରୁ ବାହାରକୁ ବାହାରିବା କିଛି ନୂଆ କଥା ନୁହେଁ। ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଦିଲ୍ଲୀରେ ନିର୍ବାଚନ ସମୟରେ ସେ ପାରୋଲରେ ବାହାରିଥିଲେ। ଶେଷ ଥର ପାଇଁ ସେ ୧୦ ଏପ୍ରିଲରେ ୨୧ ଦିନିଆ ଫର୍ଲୋରେ ଜେଲରୁ ବାହାରକୁ ଆସିଥିଲେ।
ଜେଲରେ ଏକ ନିର୍ଦ୍ଦିଷ୍ଟ ସମୟ କାଟିବା ପରେ, କୋର୍ଟରେ ପାରୋଲ ଏବଂ ଫର୍ଲୋ ପ୍ରକ୍ରିୟା ଆରମ୍ଭ ହୁଏ। ତେବେ ପାରୋଲର ଅବଧି ଦଣ୍ଡରେ ଯୋଡା ଯାଏ ନାହିଁ କିନ୍ତୁ ଫର୍ଲୋର ଅବଧି ଦଣ୍ଡରେ ଯୋଡା ଯାଏ। ରାମ ରହିମ୍ ୨୦୨୫ ମସିହାରେ ତୃତୀୟ ଥର ପାଇଁ ଜେଲରୁ ବାହାରକୁ ଆସିଛନ୍ତି। ତାଙ୍କୁ ଫେବୃଆରୀ ଏବଂ ଏପ୍ରିଲରେ ୨୧ ଦିନର ଫର୍ଲୋ ମିଳିଛି। ୨୦୧୭ ମସିହାରୁ ସେ ୧୪ ଥର ଜେଲ୍‌ରୁ ବାହାରକୁ ଆସି ସାରିଲେଣି।

  • Related Posts

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଦଲଫଟା ବର୍ଷାରେ ଉତ୍ତରକାଶୀର ଧରାଲି ଗାଁ ସମ୍ପୂର୍ଣ୍ଣ ଭାସିଯାଇଛି । କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପରେ ପାହାଡରୁ ମାଟି…

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

    ନୂଆଦିଲ୍ଲୀ: ରୁଷ୍‌ରୁ ତୈଳ ଆମଦାନୀ ଜାରି ରଖିବା ଉପରେ ଭାରତୀୟ ସାମଗ୍ରୀ ଉପରେ ଯଥେଷ୍ଟ ଶୁଳ୍କ ବୃଦ୍ଧି କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକକୁ ଭାରତ ବିରୋଧ କରିଛି। ଭାରତକୁ ଟାର୍ଗେଟ କରିବା ଅନ୍ୟାୟ ସଙ୍ଗତ ଏବଂ ଅଯୌକ୍ତିକ ବୋଲି…

    Leave a Reply

    Your email address will not be published. Required fields are marked *

    You Missed

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

    ଟ୍ରମ୍ପଙ୍କ ଧମକକୁ ଭାରତର ବିରୋଧ

    ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

    ସବୁ ରାଜସ୍ବ କାର୍ୟ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

    ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ

    ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ

    ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଜନ୍ମ ଦିବସ ପାଳିତ

    ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଜନ୍ମ ଦିବସ ପାଳିତ