
ଭୁବନେଶ୍ୱର: ଭୁବନେଶ୍ୱରରେ ଗଡ଼ୁଥିବା ୪୬୦ ସ୍କୁଲ ବସର ଫିଟନେସ ନାହିଁ । ବିନା ଫିଟନେସରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ । ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ରଖି ଏହା କହିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱରରେ ୧୪୮୪ ସ୍କୁଲ ବସ ପଞ୍ଜିକୃତ ହୋଇଛି । ସେଥିରୁ ୪୬୦ଟି ସ୍କୁଲର ଫିଟନେସ ନାହିଁ ।




