୫ ଅଳଙ୍କାର ଦୋକାନରେ ବିକ୍ରି ହେଉଥିଲା ନକଲି ସୁନା

ଭୁବନେଶ୍ବର : ରାଜ୍ୟର ୫ ଅଳଙ୍କାର ଦୋକାନ ବିକ୍ରି ହେଉଥିଲା ନକଲି ସୁନା। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ମନ୍ତ୍ରୀ କହିଛନ୍ତି ଯେ ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି। ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି ଜୁଏଲର୍ସ, ସମ୍ବଲପୁରର ଅଳଙ୍କାର ଜୁଏଲର୍ସ ଏବଂ ବରଗଡ଼ର ରାଧାକାନ୍ତ ଜୁଏଲର୍ସ ନକଲି ସୁନା ବିକ୍ରି କରୁଥିବା କାରଣରୁ ତାଙ୍କର ଲାଇସେନ୍ସ ବାତିଲ କରାଯାଇଛି।
ଅନ୍ୟପଟେ ୨୦୨୨-୨୩ରେ ମାପକ ତ୍ରୁଟି ଯୋଗୁ ୬ ଟି ମାମଲା ରୁଜୁ କରାଯାଇ ୨୩୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ୨୦୨୩-୨୪ରେ ୬ଟି ମାମଲା ରୁଜୁ କରାଯାଇ ୧ ଲକ୍ଷ ୫୫ ହଜାର ଜରିମାନା ଆଦାୟ ହୋଇଛି। ୨୦୨୪-୨୫ ରେ ନଭେମ୍ବର ସୁଦ୍ଧା ୪ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ ହୋଇଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ