ମାଲକାନଗିରି: ମାଲକାନଗିରି ଜିଲ୍ଲାର ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ଗାଁର ମଙ୍ଗଳଦେଇ ଦୁରୁଆ କୌଣସି ଏକ ରୋଗରେ ପଡ଼ି ଗୁରୁତର ହେବାରୁ ପରିବାର ଲୋକେ ଆମ୍ବୁଲେନସ ସହ ଯୋଗାଯୋଗ କରିଥିଲେ। ତେବେ ସାଲିମି ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ହରେକୃଷ୍ଣ ପାତିକା ନିଜେ ପାହାଡ଼ ଚଢ଼ି କାନ୍ଧରେ ରୋଗୀକୁ ବୋହିଥିଲେ। ଦୀର୍ଘ ୫ କିଲୋମିଟର ବାଟ ଭାରରେ ବୋହି ରୋଗୀ ମଙ୍ଗଳଦେଇଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। କାଦୁଅ ପଚ ପଚ ରାସ୍ତାରେ ପାହାଡ଼ ଉପରୁ ଓହ୍ଲାଇବା ବହୁ କଷ୍ଟ ଥିଲା ବୋଲି ସ୍ବାସ୍ଥ୍ୟ କର୍ମୀ ଶ୍ରୀ ପାତିକା କହନ୍ତି। କିନ୍ତୁ ଠିକ ସମୟରେ ଆମ୍ବୁଲେନସ ପର୍ଯ୍ୟନ୍ତ ପହଞ୍ଚାଇ ମଙ୍ଗଳଦେଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇପାରିଥିବା କୁହାଯାଇଛି। ଏବେ ମଙ୍ଗଳଦେଇ ଚିକିତ୍ସା ପରେ ସୁସ୍ଥ ହେଉଥିବା ଡାକ୍ତର କହିଛନ୍ତି। ତେବେ ସ୍ବାସ୍ଥ୍ୟ କର୍ମୀ ଶ୍ରୀ ପାତିକା ଏହି ଦୁର୍ଗମ ଲୋକଙ୍କ ପାଇଁ ଦେବଦୂତ ସାଜିରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବର୍ଷା ଦିନ ହେଲେ ଏହି ଗୋଟିଏ ରାସ୍ତା ନୁହେଁ ବରଂ ଦୁର୍ଗମ ଅଂଚଳର ଏଭଳି ବହୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିନପାରିବାରୁ ରୋଗୀ କିମ୍ବା ଗର୍ଭବତୀଙ୍କୁ ଭାର ଓ ଖଟିଆରେ ବୁହା ହୋଇ ଆସୁଥିବା ପ୍ରାୟତଃ ଦେଖିବାକୁ ମିଳେ। ଏହି ରାସ୍ତାରେ ଯାନବାହାନରେ ଯିବା କଷ୍ଟକର ହେଉଥିବା ବେଳେ ପାଦରେ ମଧ୍ୟ ଚାଲିବା ଏବେ ବିପଦକୁ ଡାକିବା ଭଳି ହୋଇଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ କାଦୁଅ ପଚପଚ ରାସ୍ତାରେ ଯିବା କଷ୍ଟସାଧ୍ୟ ହୋଇପଡିଛି। ତୁଳସୀ ପାହାଡ଼ ରାସ୍ତା ଏବେ ମରଣଯନ୍ତା ପାଲଟିଛି।
ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…







