୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଘୋଷଣା କରିଥିଲେ ।
ଏଥିପାଇଁ ଏବେ ଆରମ୍ଭ ହୋଇଛି ପ୍ରକ୍ରିୟା। ମେଡିକାଲ କଲେଜର କାମ ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଆବଶ୍ୟକ ଜମି ଚିହ୍ନଟ କରିବାକୁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜମି ଚିହ୍ନଟ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସ୍ଥାନୀୟ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ଏହାସହ ଏହି ମେଡିକାଲ କଲେଜ ନିର୍ମାଣ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ତା’ର ଖର୍ଚ୍ଚ ଆକଳନ କରିବାକୁ କୁହାଯାଇଛି। ଜମି ଏବଂ ଖର୍ଚ୍ଚ ଆକଳନ ରିପୋର୍ଟ ମିଳିଲେ ଏହାକୁ ପ୍ରଶାସନିକ ଅନୁମୋଦନ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

  • Related Posts

    ଏସି ଭିତରୁ ବାହାରିଲା ଢ଼ମଣା ସାପ

    ହରଭଙ୍ଗା: ଏସି ଭିତରେ ଢମଣା ସାପ । ଦୁଇ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ସାପ । ହରଭଙ୍ଗା ବ୍ଲକ ତିଲେଶ୍ୱର ଗାଁର ଫିଲୁନ ପ୍ରଧାନଙ୍କ ଘରେ ଲାଗିଥିଲା ଏହି ଏସି। ଭିତରେ ସାପ ଥିବା ଜାଣି ପରିବାର ଲୋକଙ୍କ…

    Continue reading
    ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶ: ମେ’ ୩୧ ସୁଦ୍ଧା ‘ସେଲ୍ଫ ଆପ୍ରେଜାଲ’ ରିପୋର୍ଟ ଦିଅ

    ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ବା APAR ଦାଖଲ ପାଇଁ ଆସିଲା କଡ଼ା ନିର୍ଦ୍ଦେଶ। ରାଜ୍ୟ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏନେଇ ନୂଆ କାର୍ଯ୍ୟସୂଚୀ ଜାରି ହୋଇଛି। କର୍ମଚାରୀଙ୍କୁ ମେ ୩୧ ତାରିଖ ସୁଦ୍ଧା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର