
ଦେବଗଡ଼:ଜିଲ୍ଲା ପୁଲିସ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଆଜି ଜିଲ୍ଲା ରିଜର୍ଭ ପୁଲିସର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ‘ମୋବାଇଲ ଫେରସ୍ତ ମେଳା’ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏସପି କିଶୋର ଚନ୍ଦ୍ର ମୁଣ୍ଡ ମୁଖ୍ୟଅତିଥି,ଅତିରିକ୍ତ ଏସପି ଧିରଜ ଚୋପଦାର,ଏସଡିପିଓ ରମେଶ ମାହାନା, ଡିଏସପି ପବିତ୍ର କିଷାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ ହଜିଥିବା ଏବଂ ଚୋରି ହୋଇଥିବା ୬୨ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇ ସମ୍ପୃକ୍ତ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି।ଜିଲ୍ଲା ସାଇବର ଥାନା ପକ୍ଷରୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ସମସ୍ତ ମୋବାଇଲ୍ଗୁଡ଼ିକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା।ସାଇବର ଥାନା ଇନ୍ସପେକ୍ଟର ବିପ୍ଳବ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦୀର୍ଘଦିନ ପରେ ନିଜ ନିଜର ହଜିଯାଇଥିବା ମୋବାଇଲ୍ ପାଇ ଲୋକମାନେ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଦେବଗଡ଼ ପୁଲିସ ଓ ସାଇବର ଟିମକୁ ସାଧୁବାଦ ଜଣାଇଛନ୍ତି।







