୭ ଦିନ ବଢ଼ିଲା ଧାନ ପଞ୍ଜିକରଣ ଅବଧି

ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ଆହୁରି ସପ୍ତାହେ ବଢ଼ିଲା ଧାନ ପଞ୍ଜିକରଣ ଅବଧି। ଆଗଷ୍ଟ ୩୧ରେ ସରୁଥିବା ପଞ୍ଜିକରଣ ଅବଧି କୁ ୭ ଦିନ ଘୁଞ୍ଚାଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସୂଚନା ଅନୁସାରେ, ଏଯାବତ୍ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି । ହେଲେ ନେଟୱାର୍କ ସମସ୍ୟା ପାଇଁ ଅନେକ ଚାଷୀ ପଞ୍ଜିକରଣ କରିପାରି ନଥିଲେ । ଏହା କାରଣରୁ ଅବଧି ବଢ଼ାଇଲେ ସରକାର । ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଥିଲେ । ତେବେ ଅଗଷ୍ଟ ୬ ତାରିଖରୁ ଏହି ପଞ୍ଜିକରଣ ଆରମ୍ଭ ହୋଇଥିଲା । ଯେଉଁଠି ନେଟୱାର୍କ ସମସ୍ୟା ରହିଛି ସେଠାରେ ବୈଷୟିକ ଟିମ୍ ସହ ଆଲୋଚନା କରି ଏହାକୁ ସମାଧାନ କରାଯିବ । ଚାଷୀମାନେ ନିକଟସ୍ଥ ସମିତି କାର୍ଯ୍ୟାଳୟ କିମ୍ବା www.foododisha.in ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିପାରିବେ ।

  • Related Posts

    ମନ୍‌ କି ବାତ୍‌ରେ ଓଡ଼ିଶାର ମୈଥିଲି ଭୁଏ

    ଭୁବନେଶ୍ୱର: ୧୩୭ ତମ ମନ୍‌ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି । ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେବ୍ରିଗଡ଼ରେ କେନ୍ଦୁପତ୍ର…

    Continue reading
    ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ଦାୟିତ୍ବ ନେଲେ ସଞ୍ଜୟ ବିଶ୍ବାଳ

    ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଶନିବାର ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷଠାରେ ଶ୍ରୀ ବିଶ୍ୱାଳଙ୍କୁ ଅତିରିକ୍ତ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ