ନୂଆଦିଲ୍ଲୀ,08।09:୮ ବର୍ଷ ପରେ ଏସିଆ କପ୍ ହାତେଇଲା ଭାରତ। ରାଜଗିରରେ ଅନୁଷ୍ଠିତ ପୁରୁଷ ଏସିଆ କପ୍ ହକିରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ଏହି ସଫଳତା ହାସଲ କରିଛି ଭାରତ । ଏଥିସହ ୨୦୨୬ରେ ହେବାକୁ ଥିବା ଏଫଆଇଏଚ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବିହାରରେ ପ୍ରଥମଥର ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଆରମ୍ଭରୁ ଟାଇଟଲ୍ ଦାବିଦାର କୁହାଯାଉଥିଲା । ଆଉ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଭାରତ ଚାମ୍ପିୟନ୍ ହୋଇଛି । ଟିମ୍ ଇଣ୍ଡିଆ ପାଇଁ ସୁଖଜିତ ସିଂହ, ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଏବଂ ଦିଲପ୍ରୀତ ସିଂହ ଦୁଇଟି ଗୋଲ ଦେଇଥିଲେ । ଏହା ସହିତ, ଭାରତ ୨୦୧୩ ଫାଇନାଲର ପରାଜୟର ପ୍ରତିଶୋଧ ନେଇଛି, ଯେତେବେଳେ ଦକ୍ଷିଣ କୋରିଆ ଭାରତକୁ ୪-୩ ଗୋଲରେ ପରାସ୍ତ କରି ଟ୍ରଫି ଜିତିଛି । ପଞ୍ଜାବର ଦିଲପ୍ରୀତ ସିଂହଙ୍କ ୨ଟି ଗୋଲ ଦେଇ ଦେଶକୁ ବିଜୟର ସ୍ବାଦ ଚଖାଇଛନ୍ତି ସେହିଭଳି ଓଡିଆ ଯୁବ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଏବଂ ଅଭିଜ୍ଞ ଅଲିମ୍ପିଆନ୍ ଅମିତ ରୋହିଦାସ ଏହି ଦଳର ଅଂଶବିଶେଷ ଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ବି ଫାଇନାଲ୍ର ଅତିଥି ଥିଲେ। ଶିଳାନନ୍ଦ ପ୍ରଥମ ଥର ଏବଂ ଅମିତ ତୃତୀୟ ଥର ଏସିଆ କପ୍ ପଦକ ଜିତିଥିଲେ। ଅମିତ ପୂର୍ବରୁ ୨୦୧୩ରେ ରୌପ୍ୟ ଏବଂ ୨୦୧୭ରେ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଆଜି ସୁପର କିଙ୍ଗ୍ସ-କିଙ୍ଗ୍ସ ମୁକାବିଲା
କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେେବ। ଚେନ୍ନଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍ସ ବିଜୟ ହାସଲ କରିଥିଲା। ଋତୁରାଜ…




