ହକି ଏସିଆ କପ୍ ଜିତିଲା ଭାରତ

ରାଜଗୀରରେ ହୋଇଥିବା ହକି ଏସିଆକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଭାରତ କୋରିଆକୁ ୪-୧ ଗୋଲ୍‌ରେ ପରାସ୍ତ କରିଛି । ଦୀର୍ଘ ୮ ବର୍ଷର ଅପେକ୍ଷା ଅନ୍ତକରି ଏସିଆ କପ୍ ଟାଇଟଲ୍ ଜିତିଛି। ଏହାସହ ସହିତ ଭାରତ ୨୦୨୬ ବିଶ୍ୱକପ୍ ଦକି ପାଇଁ ଯୋଗ୍ୟତା ହାସଲ କରିଛି ।ଏହି ମ୍ୟାଚରେ ଭାରତର ଦିଲପ୍ରୀତ ସିଂ ଦୁଇଟି ଗୋଲ୍ କରିଛନ୍ତି , ଖେଳର ପ୍ରଥମ ମିନିଟ୍‌ରେ ସୁଖଜୀତ ସିଂ ପ୍ରଥମ ଗୋଲ୍ କରି ଭାରତକୁ ଅଗ୍ରଣୀ କରିଥିଲେ । ଅମିତ ରୋହିଦାସ ଶେଷ କ୍ୱାର୍ଟରରେ ଶେଷ ଗୋଲ୍‌ କରିଥିଲେ। ଏହା ଭାରତର ଚତୁର୍ଥ ଏସିଆ କପ୍ ଟାଇଟଲ୍।
ଏହି ମ୍ୟାଚରେ ଭାରତୀୟ ଖେଳାଳୀମାନେ ଉତ୍ତମ ଖେଳର ପ୍ରଦର୍ଶନ କରିଥିଲେ । ହେଲେ କୋରିଆ ଖେଳରେ ବରାବର ଚାପ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲା ।ଖେଳର ଆଠ ମିନିଟରେ ଦିଲପ୍ରୀତଙ୍କ ଚେଷ୍ଟାକୁ କୋରିଆର ଗୋଲକିପର କିମ୍ ନାକାମ କରିଥିଲେ । ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା, କିନ୍ତୁ କିମ୍ ଏହାକୁ ରୋକିବାରେ ସଫଳ ହୋଇଥିଲେ । ଜୁଗରାଜ୍‌ ତାଙ୍କର ପୂର୍ବ ମ୍ୟାଚମାନଙ୍କରେ ଦୁଇଟି ପେନାଲ୍ଟିରୁ ଗୋଲ୍ କରିଥିଲେ, କିନ୍ତୁ କୋରିଆର ଗୋଲକିପର ଦମଦାର ଫର୍ମରେ ଥିଲେ। ରିଭର୍ସ ଶଟ୍ ପାଇଁ ଜଣାଶୁଣା ଅଭିଷେକ, ୧୨ ମିନିଟରେ ଏକ ଗୋଲ ଦେବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ତାହା ସଫଳ ହୋଇ ନଥିଲା ।କୋରିଆ ବେଶ୍‌ ଚାପ ସୃଷ୍ଟି କରିଥିଲା । ମାତ୍ର ଭାରତର ଗୋଲ ରୋକିବାର କୌଶଳ ବେଶ୍‌ ଭଲ ଥିଲା .୨୦ତମ ମିନିଟରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥି , ରାଜିନ୍ଦର ବାମ ପଟୁ ଚମତ୍କାର ଖେଳ ଦେଖାଇଥିଲେ, ମାତ୍ର କୋରିଆର ରେଫାରାଲ୍ ଏହାକୁ ରୋକିବାରେ ସଫଳ ହୋଇଥିଲେ ।
ଭାରତର ୨୦୧୭ରେ ଶେଷ ଏସିଆ କପ୍‌ ହକି ଜିତିଥିଲା । ମାଲେସିଆକୁ ଫାଇନାଲରେ ହରାଇଏ ହି ଟାଇଟଲ୍ ଜିତିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜିତ ରହି ଦମଦାର ପ୍ରଦର୍ଶନ କରିଥିଲା ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ