
ଭୁବନେଶ୍ବର: ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିକୁ ନେଇ ହେବ ନ୍ୟୁ ଭୁବନେଶ୍ୱର। ପୂରା ପ୍ରକଳ୍ପ ପାଇଁ ବିଡିଏ ଆଗାମୀ ୧୫ ବର୍ଷରେ ୮,୧୭୯ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରିଛି। ସିଙ୍ଗାପୁରର ରାଷ୍ଟ୍ରପତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଡିଏ ଓ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା ମଧ୍ଯରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି।ଅଧିକରୁ ଅଧିକ ସହରାଞ୍ଚଳ ବିକାଶ ଦିଗରେ ଗୁରୁତ୍ୱ ଦେଉଛନ୍ତି ସରକାର। ଗତକାଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି l ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ଗୋଠପାଟଣା, ମଳିପଡା ଓ ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିକୁ ନେଇ ହେବ ନ୍ୟୁ ଭୁବନେଶ୍ୱର। ପୂରା ପ୍ରକଳ୍ପ ପାଇଁ ବିଡିଏ ଆଗାମୀ ୧୫ ବର୍ଷରେ ୮,୧୭୯ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରିଛି। ସିଙ୍ଗାପୁରର ରାଷ୍ଟ୍ରପତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଡିଏ ଓ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା ମଧ୍ଯରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ସେମାନେ ଡିଜାଇନ ଏବଂ ପ୍ଲାନିଂ ଦେବେ। ନୂଆ ଭୁବନେଶ୍ୱର ହେଲେ ରାଜ୍ୟର ଅର୍ଥନୈତିକ ବିକାଶ ହେବ।” ସବୁ ବର୍ଗର ଲୋକ ଘର ପାଇବେ। ସେ ନେଇକି ସରକାର ଯୋଜନା କରିଛନ୍ତି। ଆଖ ପାଖର କିଛି ପଞ୍ଚାୟତ ମଧ୍ୟ ଏଥିରେ ମିଶିବ ବୋଲି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।ସେହିପରି ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। 40 କୋଟି ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ କରିବେ ସରକାର। ଭୁବନେଶ୍ବରର ବୁଲା ଗାଈ ଗୋରୁଙ୍କୁ ସେଠାରେ ରଖାଯିବ। ରାଜଧାନୀକୁ ସମ୍ପୂର୍ଣ୍ଣ ରୂପେ ବୁଲା ଗାଈ ଗୋରୁ ମୁକ୍ତ କରାଯିବ। ଏଥିପାଇଁ ସରକାର ବଡ଼ ଯୋଜନା କରିଛନ୍ତି। ଆଦର୍ଶ ଗୋଶାଳା ପାଇଁ ଜମି ବି ଚିହ୍ନଟ ସରିଛି। କେବଳ କ୍ଷୀର ନୁହେଁ, ଗୋମାତାଙ୍କ ଗୋବର ଏବଂ ମୁତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାରିବ। ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି। ସେହିପରି ସହରାଞ୍ଚଳ ଗୁଡ଼ିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ 5ଟି ସ୍ଥାନରେ ଗୋଶାଳା କରାଯାଉଛି। ରାସ୍ତାରେ ଦୁର୍ଘଟଣା ଯୋଗୁଁ ଉଭୟ ଲୋକ ଏବଂ ଗାଈ ଗୋରୁ ଆଘାତ ପାଉଛନ୍ତି ଓ ପ୍ରାଣ ମଧ୍ୟ ହରାଉଛନ୍ତି। ତେଣୁ ସରକାର ଏ ନେଇ ସମ୍ବେଦନଶୀଳ ଅଛନ୍ତି ଏବଂ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।




