
ଭୁବନେଶ୍ୱର: ରାଜ୍ୟରେ ଗତ ୩ ବର୍ଷରେ ୮୪ଟି ନକଲି ମେଡିସିନ ଚିହ୍ନଟ ହୋଇଛି । ସୋମବାର ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ ୩ ବର୍ଷରେ ୧୩ ହଜାର ୫୨ଟି ନମୂନା ପରୀକ୍ଷଣ କରାଯାଇଛି । ସେଥିରୁ ୮୪ଟି ମେଡିସିନ ନକଲି ଥିବା ଚିହ୍ନଟ ହୋଇଛି । ନକଲି ମେଡିସିନ ନେଇ ୧୦୭ଟି ମାମଲା ରୁଜୁ ହୋଇଥିବାବେଳେ ଏନେଇ ୧୫ ଜଣଙ୍କୁ ଗିରଫ କରାଯାଇଛି । ଏହାଛଡ଼ା ୩ ବର୍ଷରେ ୩୪୬୨ଟି ଚଢ଼ଉ କରାଯାଇଛି ।







