ଭୋପାଳ : ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ଗତ ନଅ ଦିନ ମଧ୍ୟରେ ୫ ବାଘଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସିଡିଭି (କାନାଇନ ଡିସ୍ଟେମ୍ପର ଭାଇରସ୍) ଭୂତାଣୁ ଯୋଗୁଁ ଏମାନଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ମୃତକଙ୍କ ମଧ୍ୟରେ ବାଘୁଣୀ (ଟି-୧୪୧) ଓ ତାହାର ଚାରି ଶାବକ ସାମିଲ ଅଛନ୍ତି। ଏପ୍ରିଲ ୨୧ରୁ ୨୪ ମଧ୍ୟରେ ତିନିଟି ଶାବକର ମୃତ୍ୟୁ ଘଟିଥିବାବେଳେ ୨୭ରେ ବାଘୁଣୀ ଓ ଅନ୍ୟ ଶାବକକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବାଘୁଣୀ ଓ ଶାବକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ କାହ୍ନା ଅଭୟାରଣ୍ୟରେ ୧୨୦ ପ୍ରାପ୍ତ ବୟସ୍କ ଓ ୪୦ରୁ ଅଧିକ ଶାବକ ବାସ କରୁଛନ୍ତି। ଏମାନେ ଯେପରି ସିଡିଭି ଭୂତାଣୁ ଦ୍ବାରା ଆକ୍ରାନ୍ତ ନ ହେବେ, ସେଥିପାଇଁ ପ୍ରାଣୀ ଚିକିତ୍ସକ ଦଳ ଓ ବନ ବିଭାଗ ଅଧିକାରୀ ଉଦ୍ୟମ ଚଳାଇଛନ୍ତି।
ନାଟୋକୁ ଟ୍ରମ୍ପଙ୍କ ଝଟକା : ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର
ୱାଶିଂଟନ: ୟୁରୋପରେ ନାଟୋକୁ ଆମେରିକା ଏକ ଝଟକା ଦେଇଛି। ଆମେରିକା ଶୁକ୍ରବାର ଘୋଷଣା କରିଛି ଯେ ସେ ତାର ନାଟୋ ସହଯୋଗୀ ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର କରୁଛି। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…


