ୱାର୍ଣ୍ଣରଙ୍କୁ କେହି କିଣିଲେନି

ନୂଆଦିଲ୍ଲୀ: ଅକ୍ସନ ବେଳେ ସବୁଠାରୁ ବଡ଼ ବିପର୍ୟ୍ୟୟ ମଧ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡାଭିଡ ୱାର୍ଣ୍ଣରଙ୍କୁ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ୨୦୨୪ରେ ୱାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ। ଏହାପୂର୍ବରୁ ସେ ହାଇଦ୍ରାବାଦର ଅଧିନାୟକ ମଧ୍ୟ ରହିଥିଲେ। ହେଲେ ୨୦୨୫ ମେଗା ଅକ୍ସନରେ ତାଙ୍କୁ କେହି ବି କିଣି ନାହାନ୍ତି। ତାଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରହିଥିଲା। ୱାର୍ଣ୍ଣରଙ୍କ ବ୍ୟତୀତ ବାମହାତୀ ବ୍ୟାଟର ଦେବଦତ୍ତ ପଡିକ୍କଲଙ୍କୁ ମଧ୍ୟ କେହି କିଣି ନାହାନ୍ତି। ସେ ୨୦୨୪ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ। ହେଲେ ଏଥର ତାଙ୍କୁ କେହି କିଣି ନାହାନ୍ତି।

ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡେନ ମାର୍କରମଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବେସ ପ୍ରାଇସ ୨ କୋଟି ଟଙ୍କାରେ ପାଇଛି। ଇଂଲଣ୍ଡ ବ୍ୟାଠର ହ୍ୟାରୀ ବ୍ରୁକ ଚେନ୍ନାଇ, ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଟକ୍କର ହୋଇଥିଲା। କିନ୍ତୁ ଶେଷରେ ଦିଲ୍ଲୀ ତାଙ୍କୁ ୬.୨୫ କୋଟି ଟଙ୍କାରେ କିଣିଛି। ୨୦୨୪ରେ ହ୍ୟାରୀ ବ୍ରୁକ ହାଇଦ୍ରାବାଦରୁ ଖେଳୁଥିଲେ। ଏଥିସହ ସେ ଶତକ ମଧ୍ୟ ମାରିଥିଲେ।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର