ଅଣ୍ଟା ସଳଖୁଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ଭୁବନେଶ୍ବର: ଅଣ୍ଟା ସଳଖୁଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ନୂଆ ପିସିସି ସଭାପତି ଘୋଷଣା ହେବା ପରେ ନେତା ଏବଂ କର୍ମୀଙ୍କ ମନରେ ଭରିଛି ନୂଆ ଆଶା । ଗତକାଲି (ମଙ୍ଗଳବାର) ନୂତନ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ସଂକଳ୍ପ ପଦଯାତ୍ରା । ଭୁବନେଶ୍ୱରରୁ ପୁରୀ ପର୍ୟ୍ୟନ୍ତ ଚାଲିଛି ଏହି ପଦଯାତ୍ରା । ଏଥିରେ ସାମିଲ ହୋଇଛନ୍ତି ହଜାର ହଜାର କଂଗ୍ରେସ ନେତା ଓ କର୍ମୀ । ଏହି ସଂକଳ୍ପ ପଦଯାତ୍ରା ଆସନ୍ତାକାଲି ଅର୍ଥାତ ୨୦ ତାରିଖରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ ପିସିସି ସଭାପତି ।ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନବ ନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଭବ୍ୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନ କରାଯାଇଥିଲା । ପାରମ୍ପରିକ ନୃତ୍ୟ ଗୀତରେ କମ୍ପିଥିଲା ବିମାନବନ୍ଦର ପରିସର । ଏହାପରେ ପଦଯାତ୍ରା କ୍ୟାପିଟାଲ ହସ୍ପିଟାଲ ଛକ, ରାଜମହଲ ଛକ, କଳ୍ପନା ଛକ ଦେଇ ଲିଙ୍ଗିପୁର ପହଞ୍ଚିଥିଲା । ଲିଙ୍ଗିପୁର ପରେ ପିପିଲିରେ ରାତ୍ରି ଯାପନ କରିଥିଲେ ପିସିସି ସଭାପତି ଏବଂ ସାମିଲ ହୋଇଥିବା ନେତା ଏବଂ କର୍ମୀ । ଆଜି ପୁଣି ଏହି ପଦଯାତ୍ରା ପୁରୀ ଅଭିମୁଖେ ବାହାରି ଚନ୍ଦନପୁର ଶେଷ ହେବ । ସେହିଭଳି ପଦଯାତ୍ରାର ଅନ୍ତିମ ଦିନ ଅର୍ଥାତ ୨୦ ତାରିଖରେ ଚନ୍ଦନପୁରରୁ ପଦଯାତ୍ରା ବାହାରି ପୁରୀ ଶ୍ରୀମନ୍ଦିରରେ ଶେଷ ହେବ । ଏହାପରେ ନିଜ କର୍ମୀଙ୍କ ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେବା କାର୍ୟ୍ୟକ୍ରମ ରହିଛି ।ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ,” ଓଡ଼ିଶାର ଗୌରବ ଗାରିମା ଫେରାଇ ଆଣିବା ସହ ରାଜ୍ୟରେ ବିରାଟ ପରିବର୍ତ୍ତନ ପାଇଁ ଏହି ପଦଯାତ୍ରା ଆୟୋଜନ ହୋଇଛି । ଆମେ ନିଜେ ଠିକ ହେବୁ ସବୁ ଦଳକୁ ଠିକ କରିବା ପାଇଁ ଚେଷ୍ଟା କରିବୁ । “

  • Related Posts

    ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

    ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

    Continue reading
    ଆଦିବାସୀଙ୍କ ଐତିହ୍ୟ ସୁରକ୍ଷା ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଂକଳ୍ପବଦ୍ଧ

    ଶଙ୍ଖ ଭବନରେ ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ ଯୋଗଦେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର,: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ