ଅଧାରୁ ସରିଲା ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ସପ୍ତମ ତଥା ସ୍ୱଳ୍ପକାଳୀନ ମୌସୁମି ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୪ଟି କାର୍ଯ୍ୟ ଦିବସ ଆଗରୁ ଶେଷ ହୋଇଛି। ୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ମାତ୍ର ୫ ଦିନରେ ସମାପ୍ତ ହୋଇଥିବା ବେଳେ ସେପ୍ଟେମ୍ବର ୨୮ତାରିଖ ସନ୍ଧ୍ୟା ୬ଟା ୫୪ ମିନିଟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଚଳିତ ଅଧିବେଶନରେ ମୋଟ ୫ଟି ବୈଠକ ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ଟି ସରକାରୀ କାର୍ଯ୍ୟ ଦିବସ ଏବଂ ଗୋଟିଏ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ଦିବସ ରହିଥିଲା। ଏହି ୫ଦିନ ମଧ୍ୟରେ ଗୃହ କାର୍ଯ୍ୟ ମୋଟ ମାତ୍ର ୫ ଘଣ୍ଟା ଚାଲି ପାରିଛି। ବହିତ୍ରୁଟି, ଏମ୍‌ଏମ୍‌ଡିଆର୍‌ ତାତି ପୂରା ଅଧିବେଶନକୁ ଧୋଇ ନେଇଛି। ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ୨୨ ତାରିଖରେ ମାତ୍ର ୪୯ ମିନିଟ୍ ଗୃହ ଚାଲିଥିବା ବେଳେ ଦ୍ୱିତୀୟ ଦିନ ୧୧ ମିନିଟ୍, ତୃତୀୟ ଦିନ ୧୭ ମିନିଟ୍, ଚତୁର୍ଥ ଦିନ ୮ ମିନିଟ୍ ଏବଂ ଶେଷ ଦିନ ଅର୍ଥାତ୍ ୨୮ ତାରିଖରେ ସର୍ବାଧିକ ୩ ଘଣ୍ଟା ୩୬ ମିନିଟ୍ ଧରି ଗୃହ କାର୍ଯ୍ୟ ଚାଲିଥିଲା।

ରାଜ୍ୟରେ ସୃଷ୍ଟି ହୋଇଥିବା ଅପ୍ରତ୍ୟାଶିତ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିଧାନସଭାର ମୌସୁମି ଅଧିବେଶନକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବା ପାଇଁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ। ଶ୍ରୀ ପ୍ରଧାନ ଦର୍ଶାଇଥିଲେ ଯେ ବନ୍ୟା ଯୋଗୁଁ ବିଭିନ୍ନ ଜିଲାରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଅନେକ ଲୋକଙ୍କ ଘର ବନ୍ୟାଜଳରେ ବୁଡ଼ି ଯାଇଛି ଏବଂ ସେମାନଙ୍କର ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସମୟରେ ଜନସାଧାରଣଙ୍କ ସୁରକ୍ଷା, ସ୍ଥାନାନ୍ତର, ରିଲିଫ୍ ଓ ପାନୀୟ ଜଳ ଯୋଗାଣ ଆଦି କାର୍ଯ୍ୟରେ ସମ୍ପୂର୍ଣ୍ଣ ପ୍ରଶାସନ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କ୍ଷେତ୍ର ସ୍ତରରେ ଜନପ୍ରତିନିଧି ଓ ପ୍ରମୁଖ ଅଧିକାରୀମାନଙ୍କର ଉପସ୍ଥିତି ନିତାନ୍ତ ଜରୁରୀ ହୋଇପଡ଼ିଛି। ତେଣୁ ରିଲିଫ୍ କାର୍ଯ୍ୟର ତଦାରଖ ସହ ବନ୍ୟାଞ୍ଚଳର ସମସ୍ୟାର ସମାଧାନ ପାଇଁ ବିଧାୟକମାନେ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ଏହାର ନେତୃତ୍ୱ ନେବାକୁ ସେ ଅନୁରୋଧ କରିଥିଲେ। ବିଧାନସଭାର ଆବଶ୍ୟକ କାର୍ଯ୍ୟ ସମ୍ପାଦନ ହୋଇ ସାରିଥିବାରୁ ଗୃହକୁ ମୁଲତବୀ ରଖିବାକୁ ଶ୍ରୀ ପ୍ରଧାନ ଦେଇଥିବା ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପି ବିଧାୟିକା ଉପାସନା ମହାପାତ୍ର ଏବଂ ବିଧାୟକ ଲକ୍ଷ୍ମଣ ବାଗ ସମର୍ଥନ ଜଣାଇଥିଲେ।

ଅନ୍ୟପକ୍ଷରେ, କକ୍ଷତ୍ୟାଗ କରିଥିବା ବିରୋଧୀ ଦଳର ସଦସ୍ୟମାନଙ୍କୁ ଗୃହକୁ ଡାକି ଆଣିବାକୁ ବାଚସ୍ପତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ବରିଷ୍ଠ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କୁ ପଠାଇଥିଲେ। ମାତ୍ର ବିରୋଧୀ ଦଳର ସଦସ୍ୟମାନେ ଗୃହକୁ ଫେରିବାକୁ ଅରାଜି ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ନାଏକ ଗୃହରେ ସୂଚନା ଦେଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସ୍ୱଳ୍ପକାଳୀନ ଅଧିବେଶନରେ ସହଯୋଗ କରିଥିବାରୁ ବାଚସ୍ପତି ସୁରମା ପାଢ଼ୀ, ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ, ବିରୋଧୀ ଦଳ ନେତା ଏବଂ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ୫ ଦିନିଆ ଅଧିବେଶନ କାଳରେ ମୋଟ ୯୫୦ଟି ତାରକା ଚିହ୍ନିତ ପ୍ରଶ୍ନ ନୋଟିସ୍ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୮ଟି ପ୍ରଶ୍ନର ଉତ୍ତର ମିଳିପାରିଛି। ସେହିପରି ୧୩୯୬ଟି ଅଣତାରକା ଚିହ୍ନିତ ପ୍ରଶ୍ନ ନୋଟିସ୍ ଗ୍ରହଣ କରାଯାଇଥିବା ବେଳେ ୧୯୩୭ଟି ପ୍ରଶ୍ନର ଉତ୍ତର ଗୃହରେ ଉପସ୍ଥାପନ କରାଯାଇଛି। ଏହି ସ୍ୱଳ୍ପକାଳୀନ ଅଧିବେଶନରେ ଗୃହରେ ୭ଟି ସରକାରୀ ବିଧେୟକ ପ୍ରସ୍ଥାପନ କରାଯାଇ ସେଥିମଧ୍ୟରୁ ୪ଟି ବିଧେୟକ ପାରିତ ହୋଇଛି। ଏହା ବ୍ୟତୀତ ଗୃହରେ ୨ଟି ଅଧ୍ୟାଦେଶ, ୧୧ଟି ବାର୍ଷିକ ରିପୋର୍ଟ, ୬ଟି ସି.ଏ.ଜି. ରିପୋର୍ଟ, ୬ଟି କାଗଜ ଉପସ୍ଥାପନ ବା ପୁନଃଉପସ୍ଥାପନ, ୩ଟି କମିଟି ରିପୋର୍ଟ ଓ ଗୋଟିଏ ବିବୃତି ଉପସ୍ଥାପନ କରାଯିବା ସହ ଗୋଟିଏ ମୁଲତବୀ ପ୍ରସ୍ତାବ ନୋଟିସ୍ ଗ୍ରହଣ କରାଯାଇଥିଲା।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ