ଅମୃତଭଣ୍ଡା ଚାଷ ଦେଇଛି ରୋଜଗାରର ପନ୍ଥା

ଦେବଗଡ଼:ତିଲେଇବଣି ବ୍ଲକର ରୁକୁଡା ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଗ୍ରାମ। ଉକ୍ତ ଅଂଚଳବାସୀ ରୋଜଗାର ନିମନ୍ତେ ମୁଖ୍ୟତଃ ପାରମ୍ଫରିକ ଧାନ ଚାଷ ଉପରେ ପ୍ରାୟତଃ ନିର୍ଭରଶୀଳ। କିନ୍ତୁ ବିଗତ ୫ ବର୍ଷ ହେବ ଜିଲ୍ଲା ଉଦ୍ୟାନ କୃଷି ବିଭାଗ, ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର, ସାର୍କ ଅନୁଷ୍ଠାନ ଏବଂ ନାବାର୍ଡର ସହାୟତାରେ ଉନ୍ନତମାନର କିସମର ଅମୃତଭଣ୍ଡା ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।ଯାହାକି ସେମାନଙ୍କର ରୋଜଗାରର ମୁଖ୍ୟ ପନ୍ଥା ପାଲଟିଛି।ଅମୃତଭଣ୍ଡା ଚାଷ କରି ଚାଷୀମାନେ ବାହାର ଜିଲ୍ଲାକୁ ମଧ୍ୟ ଅମୃତଭଣ୍ଡା ବିକ୍ରି କରି ବେଶ ଲାଭବାନ ହୋଇଛନ୍ତି।ସୂଚନା ଅନୁଯାୟୀ,ତିଲେଇବଣି ବ୍ଲକ ରୁକୁଡା ଗ୍ରାମର ଚାଷୀମାନେ ପ୍ରାୟତଃ ଆମ୍ବ, କାଜୁ , ଅଦା, ହଳଦୀ, ମକା ଆଦି ଚାଷ କରି ବେଶ ଲାଭବାନ ହୋଇଥାନ୍ତି।ତେବେ ଇତିମଧ୍ୟରେ ସେହି ଗ୍ରାମର ଯୋଗେଶ୍ବର ପଟ୍ଟା, ପରେଶ ନାୟକ, ଶାନ୍ତିଲତା ନାଏକ, ବିଜୟଭାରତୀ ଧାରୁଆ, ତିଳୋତ୍ତମା ନାୟକ ଉଦ୍ୟାନ କୃଷି ବିଭାଗ ସହଯୋଗରେ ପ୍ରାୟ ୩ ଏକର ପରିମିତ ଅଂଚଳରେ ଅମୃତଭଣ୍ଡା ଚାଷ କରିଛନ୍ତି। ଉନ୍ନତ ରେଡଲେଡି କିସମର ବିହନରୁ ଚାରା ପ୍ରସ୍ତୁତ କରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରୁ ଉନ୍ନତ ଜ୍ଞାନକୌଶଳ ଆହରଣ କରି ଅମୃତଭଣ୍ଡା ଚାଷ କରି ଆସୁଛନ୍ତି।ଚାଷୀମାନେ ଉନ୍ନତ କିସମ ବିହନ ସହ ପଲିଥିନ ଆଚ୍ଛାଦନ ଡ୍ରିପ ମାଧ୍ୟମରେ ବୁନ୍ଦାଜଳସେଚନ,ମୃତ୍ତିକା ପରୀକ୍ଷା ଏବଂ ଖତ ସାର ପରିଚାଳନା କରୁଛନ୍ତି। ନାବାର୍ଡ ପକ୍ଷରୁ ଚାଷୀମାନଙ୍କୁ ଚାଷ ସଂପର୍କରେ ତାଲିମ ମଧ୍ୟ ଦିଆଯାଇଛି। ଅମୃତଭଣ୍ଡା ଚାଷ କରି ୨ ଲକ୍ଷ ୫୦ ହଜାର ଟଙ୍କା ଅାୟ କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି।ଚାଷୀମାନେ ଅମୃତଭଣ୍ଡା କେଜି ପ୍ରତି ୨୨ ଟଙ୍କା ଦରରେ ସମ୍ବଲପୁର ଜିଲ୍ଲାର ଆରଏମସି ସହଯୋଗରେ ବିକ୍ରି କରି ବେଶ ଲାଭବାନ ହୋଇଛନ୍ତି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ