ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି । ୫ କେଜିଆ ଗ୍ୟାସ ସିଲିଣ୍ଡର ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ମିଳିବ । ଏଥିପାଇଁ ସେମାନଙ୍କୁ ଠିକଣା ପ୍ରମାଣପତ୍ର ଦେବା ଦରକାର ନାହିଁ । କେବଳ ପରିଚୟ ପତ୍ର ବା ଆଇଡ଼ି କାର୍ଡ ଦେଖାଇ ସେମାନେ ସିଲିଣ୍ଡର ନେଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଆଜି ଲୋକସେବା ଭବନସ୍ଥିତ ଅନ୍ନପୂର୍ଣ୍ଣା ସମ୍ମିଳନୀ କକ୍ଷରେ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂ ଏନେଇ ତୈଳ କମ୍ପାନୀଗୁଡ଼ିକ ସହ ଆଲୋଚନା କରିଥିଲେ । ୫ କେଜି ସିଲିଣ୍ଡରକୁ ନେଇ ଥିବା ଦ୍ୱନ୍ଦ୍ୱ ସେ ଦୂର କରିଛନ୍ତି । ସେ କହିଛନ୍ତିଯେ, ତୈଳ କମ୍ପାନୀଗୁଡ଼ି ୫ କେଜିଆ ଏଲପିଜି କନକ୍ସେନ ଦେଉଛନ୍ତି । ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କ୍ୟାମ୍ପ କରାଯାଇ ଏହା ଯୋଗାଇ ଦିଆଯାଉଛି । କେବଳ ବେଆଇନ୍ ଭେଣ୍ଡରଙ୍କ ଉପରେ କଟକଣା ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅଭାବ ନାହିଁ । ବାଣିଜ୍ୟିକ ଗ୍ୟାସ ଯୋଗାଣ ମଧ୍ୟ ସ୍ୱାଭାବିକ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦% ଗ୍ୟାସ ଉପଲବ୍ଧ ହୋଇଗଲାଣି । ହସପିଟାଲ, ସ୍କୁଲ ହଷ୍ଟେଲ, ଆହାର କେନ୍ଦ୍ରକୁ ୨୦% ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ଡିଜିଟାଲ ବୁକିଂ ପାଇଁ ଅପିଲ୍ କରାଯାଇଛି ।
୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ
୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…


