ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି । ୫ କେଜିଆ ଗ୍ୟାସ ସିଲିଣ୍ଡର ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ମିଳିବ । ଏଥିପାଇଁ ସେମାନଙ୍କୁ ଠିକଣା ପ୍ରମାଣପତ୍ର ଦେବା ଦରକାର ନାହିଁ । କେବଳ ପରିଚୟ ପତ୍ର ବା ଆଇଡ଼ି କାର୍ଡ ଦେଖାଇ ସେମାନେ ସିଲିଣ୍ଡର ନେଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଆଜି ଲୋକସେବା ଭବନସ୍ଥିତ ଅନ୍ନପୂର୍ଣ୍ଣା ସମ୍ମିଳନୀ କକ୍ଷରେ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂ ଏନେଇ ତୈଳ କମ୍ପାନୀଗୁଡ଼ିକ ସହ ଆଲୋଚନା କରିଥିଲେ । ୫ କେଜି ସିଲିଣ୍ଡରକୁ ନେଇ ଥିବା ଦ୍ୱନ୍ଦ୍ୱ ସେ ଦୂର କରିଛନ୍ତି । ସେ କହିଛନ୍ତିଯେ, ତୈଳ କମ୍ପାନୀଗୁଡ଼ି ୫ କେଜିଆ ଏଲପିଜି କନକ୍ସେନ ଦେଉଛନ୍ତି । ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କ୍ୟାମ୍ପ କରାଯାଇ ଏହା ଯୋଗାଇ ଦିଆଯାଉଛି । କେବଳ ବେଆଇନ୍‌ ଭେଣ୍ଡରଙ୍କ ଉପରେ କଟକଣା ଜାରି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅଭାବ ନାହିଁ । ବାଣିଜ୍ୟିକ ଗ୍ୟାସ ଯୋଗାଣ ମଧ୍ୟ ସ୍ୱାଭାବିକ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦% ଗ୍ୟାସ ଉପଲବ୍ଧ ହୋଇଗଲାଣି । ହସପିଟାଲ, ସ୍କୁଲ ହଷ୍ଟେଲ, ଆହାର କେନ୍ଦ୍ରକୁ ୨୦% ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ଡିଜିଟାଲ ବୁକିଂ ପାଇଁ ଅପିଲ୍‌ କରାଯାଇଛି ।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ