ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ :ଦାବି ପତ୍ର ପ୍ରଦାନ

ଦେବଗଡ଼:ଭାରତୀୟ ମଜଦୂର ସଂଘ ପକ୍ଷରୁ ଆଜି ଶ୍ରମିକ ଏବଂ କର୍ମଚାରୀମାନଙ୍କ ଦୀର୍ଘ ଦିନର ଦାବି ଗୁଡିକୁ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶ୍ରମ ମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। ଆଜି ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦାର୍ଶନ କରାଯାଇଥିଲା।ଦାବି ପତ୍ର ପ୍ରଦାନବେଳେ ସଂଘର ସଭାପତି ଦିଲ୍ଲିପ ଗଡନାୟକ, ସଂପାଦକ ରାଜେନ୍ଦ୍ର ସାହୁ, ପ୍ରଭାରୀ ଶ୍ରୀନିବାସ ଖୁଣ୍ଟିଆ, ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ସଂଘର ଦେବଗଡ ଜିଲ୍ଲା ସଭାପତି ଅଞ୍ଜଳୀ ମୁଣ୍ଡା, ରାଜ୍ୟ ଆଶା କର୍ମୀ ସଂଘର ଦେବଗଡ ଜିଲ୍ଲା ସଭାପତି ନଳିନୀ ସାହୁ ଙ୍କ ସମେତ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ଅଙ୍ଗନବାଡ଼ି ଓ ଆଶା କର୍ମୀ ମାନଙ୍କୁ କର୍ମଚାରୀ ମାନ୍ୟତା ସହିତ ସମ୍ମାନ ଜନକ ବେତନ ପ୍ରଦାନ କରାଯାଉ,ଆଶା କର୍ମୀ ମାନଙ୍କୁ ପ୍ରସୂତି କାଳୀନ ଛୁଟି ପ୍ରଦାନ ସହିତ ପୂର୍ଣ୍ଣ ମାନବେତନ ପ୍ରଦାନ କରିବାର ନୀତି ପ୍ରଣୟନ,ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ବେତନ ବୃଦ୍ଧି,ଚୁକ୍ତିଭିତ୍ତିକ/ଠିକା କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ପାଇଁ “ସମାନ କାମ ପାଇଁ ସମାନ ଦରମା”ଲାଗୁ ,ସର୍ବନିମ୍ନ ମଜୁରୀ ୩୦୦୦୦ ଟଙ୍କାକୁ ବୃଦ୍ଧି, ଇପିଏଫ -୯୫ ଅନ୍ତର୍ଭୁକ୍ତ ନ୍ୟୁନତମ ପେନସନକୁ ମାସିକ ୧,୦୦୦ ରୁ ୯,୫୦୦ ଟଙ୍କା କୁ ବୃଦ୍ଧି କରିବା ସହିତ ମହଙ୍ଗା ଭତ୍ତା ଏବଂ ‘ଆୟୁଷ୍ମାନ ଭାରତ ଯୋଜନା’ ସହିତ ସଂଯୋଗ କରାଯାଉ, ପୁରୁଣା ପେନସନ ଯୋଜନାର ପୁନଃ ପ୍ରଚଳନ,ଗ୍ରାଚ୍ୟୁଇଟି ଗଣନାକୁ ୧୫ ଦିନର ମଞ୍ଜୁରୀ ବଦଳରେ କୌଣସି ସୀମାରେଖା ନରଖି ୩୦ ଦିନର ମଜୁରୀକୁ ବୃଦ୍ଧି,ଶ୍ରମ ସଂହିତା ରେ ଥିବା ସମସ୍ତ ଶ୍ରମିକ-ବିରୋଧୀ ନିୟମଗୁଡିକୁ ହଟାଇବା ପାଇଁ ଆବଶ୍ୟକୀୟ ସଂଶୋଧନ କରାଯାଉ,ରାଜ୍ୟର ବିଭିନ୍ନ ଉଦ୍ୟୋଗରେ ହୋଇଥିବା ବେଆଇନ ଛଟେଇକୁ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ଦିଆଯାଉ ବୋଲି ଦାବି କରାଯାଇଛି।

  • Related Posts

    ମୋହନଙ୍କ ବଡ଼ ନିଷ୍ପତ୍ତି : ବର୍ଷା ଜଳ ନିଷ୍କାସନ ପାଇଁ ୫ ଶହ କୋଟି

    ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ…

    Continue reading
    ମୋହନଙ୍କ ବଡ଼ ନିଷ୍ପତ୍ତି : ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରୀ

    ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍‌କୁ ମଞ୍ଜୁରୀ ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ । ୪.୨୦ ଲକ୍ଷ ଯୁବକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ