ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇ ପୁଞ୍ଜି ନିବେଶକମାନଙ୍କୁ ଭେଟିବେ। ଆଜିଠାରୁ ୭ ତାରିଖ ପର୍ୟ୍ୟନ୍ତ ଏନେଇ କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଛି। ହାଇଦରାବାଦ ଓ କଲକାତାରେ ସଫଳତାର ସହ ନିବେଶକ ସମ୍ମିଳନୀ ଏବଂ ରୋଡ୍‌ ଶୋ ଆୟୋଜନ ପରେ ଗୁଜରାଟରେ ହେବାକୁ ଥିବା ଏହି ସମ୍ମିଳନୀ ବେଶ୍ ଗୁରୁତ୍ୱବହନ କରୁଛି। ତିନିଦିନ ରହଣି ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୪ଟି ସହରରେ ନିବେଶକମାନଙ୍କୁ ଭେଟିବେ। ୫ରେ ଅହମଦାବାଦଠାରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ’ ପରେ ଶିଳ୍ପପତିମାନଙ୍କ ସହ କେମିକାଲ, ପେଟ୍ରୋକେମିକାଲ, ଧାତବ, ଆନୁଷଙ୍ଗିକ ଶିଳ୍ପ, ଔଷଧ, ମେଡିକାଲ ଉପକରଣ ଏବଂ ବୟନ, ପ୍ରସାଧନ ଆଦି କ୍ଷେତ୍ରରେ ଓଡ଼ିଶାରେ ସମ୍ଭାବନା ସମ୍ପର୍କରେ ଆଲୋଚନା କରିବେ। ଏହି ଅବସରରେ କିଛି କମ୍ପାନୀ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ବାକ୍ଷର କାର୍ୟ୍ୟକ୍ରମ ରହିଛି। ସେହିପରି ୬ରେ ମୁନ୍ଦ୍ରା ବନ୍ଦର ଗସ୍ତ କରି ଶ୍ରୀ ମାଝୀ ବନ୍ଦର ଆଧାରିତ ଶିଳ୍ପ ସମ୍ପର୍କରେ ନିବେଶକଙ୍କ ସହ ଆଲୋଚନା କରିବେ। ୭ରେ ଭଦୋଦରାଠାରେ ମଧ୍ୟ ନିବେଶକମାନଙ୍କ ସହ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ।

  • Related Posts

    ରାଜ୍ୟରେ ହେବ ୨୩ଟି ଟ୍ରକ ଟର୍ମିନାଲ: ମନ୍ତ୍ରୀ

    ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସଡ଼କ ସୁରକ୍ଷାକୁ ନେଇ ଓଡିଶାରେ ଆଲର୍ଟ । ରାଜ୍ୟର ବାଣିଜ୍ୟ ଓ ପରିବହନ ବିଭାଗ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାଭାବେ…

    Continue reading
    ମେଟ୍ରୋ ବଦଳରେ ଗଡ଼ିବ ବସ

    ଭୁବନେଶ୍ବର: କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ