ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଝଡତୋଫାନ ହୋଇଥିଲା।ତେବେ ତିଲେଇବଣି ବ୍ଲକର ସୁଗଡା ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।ସୁଗୁଡ଼ା ଗ୍ରାମର ସଚିନ ଅଗ୍ରୱାଲ,ଜଟକିଶୋର ସାହୁ,ଭାଗ୍ୟରଥି ସାହୁ,ଭକ୍ତବନ୍ଧୁ ସାହୁ,ସୁଶାନ୍ତ ବିଶ୍ୱାଳଙ୍କ ସମେତ ଗ୍ରାମର ବହୁ ଲୋକଙ୍କ ଘରର ଛପର ଓ ଆଜବେଷ୍ଟ ଭାଙ୍ଗି ନଷ୍ଟ ହୋଇଯାଇଛି।ଏହାସହିତ ସୁଗୁଡା ଗ୍ରାମର ମୁଖ୍ୟ ବଜାରରେ ଥିବା ଦୋକାନ ଘର,କୁକଡ଼ା ଫାର୍ମ ମଧ୍ୟ ନଷ୍ଟ ହୋଇଯାଇଛି।ଏତଦବ୍ୟତୀତ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡି ଘର ଉପରେ ପଡିଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। ଖବରଲେଖା ହେବା ପର୍ଯ୍ୟନ୍ତ ଗ୍ରାମରେ ବିଦ୍ୟୁତ ସରାବରାହ ବାଧାପ୍ରାପ୍ତ ହୋଇଛି।ତେବେ ସେମାନଙ୍କର କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ଉଭେଇ ଗଲା ତାତି
ଭୁବନେଶ୍ୱର: ଉଭେଇ ଗଲା ତାତି । ଆଗକୁ ତିନି ଦିନ ଯାଏ ତାତି କମ୍ ରହିବ । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳେ ରହିବ । ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ପାଖାପାଖି ରହିବ…


