
ଭୁବନେଶ୍ୱର : ଆସାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସାମର ଜୋରହାଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନାରି ଓ ମରିୟାନି ବିଧାନସଭା କ୍ଷେତ୍ରରେ ଦୁଇ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ।
ରବିବାର ଓ ସୋମବାର ପ୍ରଚାର କରି ଓଡ଼ିଶା ଫେରି ଆସିବେ । ତେବେ ଆସାମରେ ବହୁ ଓଡ଼ିଆ ଭାଷାଭାଷୀ ଭୋଟର୍ ଅଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଚାର କରିବା ଦ୍ୱାରା ବିଜେପିକୁ ଲାଭ ମିଳିବ । ତେଣୁ ପଶ୍ଚିମବଙ୍ଗ ପରେ ଆସାମରେ ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।




