ଆଜି ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହେବ ବିଜେପି ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ୯ ମାସ ସରକାରଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଅର୍ଥ ବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍‌ ଉପସ୍ଥାପନ କରିବେ ଏବଂ ଏଥିରେ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ବିଜେପି ସରକାରଙ୍କ ସଂକଳ୍ପ ପ୍ରତିଫଳିତ ହେବ ବୋଲି କୁହାଯାଉଛି।ପ୍ରଥମ ଥର ପାଇଁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ପରେ ୧୯୩୬ରେ ବଜେଟ ଆଗତ ହୋଇଥିଲା । ଅଟକଳ ଥିଲା ୧.୭୭ କୋଟି ଟଙ୍କା । କୋଟିଏ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବଜେଟ ଏବେ ୨ ଲକ୍ଷ କୋଟି ଟପିଛି ।ଏହାପୂର୍ବରୁ ନୂଆ ସରକାର ଅନ୍ତରୀଣ ବଜେଟ ଆଣିଥିଲେ । ତେବେ ବଜେଟରେ ଓଡ଼ିଶାର ଅଭିବୃଦ୍ଧି ନେଇ କଣ ଆଭିମୁଖ୍ୟ ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ନୂଆ ସରକାରଙ୍କ ଦ୍ୱିତୀୟ ବଜେଟରେ ବିକାଶର ନୂଆ ଦିଗ ଦେଖାଇବେ ମୁଖ୍ୟମନ୍ତ୍ରୀ । ସୀମିତ ସମ୍ବଳ ସତ୍ତେ୍ୱ ମୋଟ ବ୍ୟୟ ଅଟକଳକୁ ୧୫ରୁ ୧୭ ପ୍ରତିଶତ ବଢ଼ାଯାଇ ପାରେ । ୨୦୨୪- ୨୫ରେ ମୋଟ ବ୍ୟୟ ଅଟକଳ ଥିଲା ୨ ଲକ୍ଷ ୬୫ ହଜାର କୋଟି । ଏହା ୩ ଲକ୍ଷ ୫ ହଜାର କୋଟିକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

ବିକାଶର ମାପକାଠି କାର୍ୟ୍ୟକ୍ରମ ଖର୍ଚ୍ଚକୁ ୨୦% ବୃଦ୍ଧି କରାଯାଇପାରେ । ଚଳିତ ଆର୍ଥକ ବର୍ଷ ପାଇଁ କାର୍ୟ୍ୟକ୍ରମ ବ୍ୟୟ ଅଟକଳ ୧ ଲକ୍ଷ ୫୫ ହଜାର କୋଟି ରହିଛି । ଏହାକୁ ୧ ଲକ୍ଷ ୮୫ ହଜାର କୋଟିକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି । ଅନୁରୂପ ଭାବେ ରାଜ୍ୟ କ୍ଷେତ୍ର କାର୍ୟ୍ୟକ୍ରମ ଖର୍ଚ୍ଚକୁ ୧ ଲକ୍ଷ ୧୨ ହଜାର କୋଟିରୁ ୧ ଲକ୍ଷ ୩୫ ହଜାର କୋଟିକୁ ବୃଦ୍ଧି କରାଯାଇପାରେ ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ