ଆଜି ଠାରୁ ଦେଶରେ ଜିଏସଟି ୨.୦ କାର୍ଯ୍ୟକାରୀ

ନୂଆଦିଲ୍ଲୀ,22।09: ଆଜିଠୁ ନବରାତ୍ର ଆରମ୍ଭ ହେଉଛି । ନବରାତ୍ରର ପ୍ରଥମ ସୂର୍ଯ୍ୟୋଦୟରୁ ଦେଶରେ ଲାଗୁ ହେଲା ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି) । ଦେଶ ହିତରେ ଜିଏସଟିରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି । ନାଗରିକ ଦେବ ଭବଃ ଧାରାରେ ଏହାକୁ ଦେଶବାସୀ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ । ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହେବ । ଏଥର ଆୟକର ସ୍ଲାବରେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା କରଦାତାଙ୍କୁ ଆୟକର ମୁକ୍ତ କରାଯାଇଛି । ଉଭୟ ଆର୍ଥିକ ଫାଇଦାକୁ ଯୋଡିଲେ ଏହା ଦ୍ୱାରା ଦେଶବାସୀ ବାର୍ଷିକ ୨.୫ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବେ । ଆର୍ଥିକ ଦୃଷ୍ଟିରୁ ଏହା ସିଧାସଳଖ ଦେଶକୁ ଫାଇଦା ଦେବ । ନୂଆ ଜିଏସ୍‌ଟିରେ କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ସ୍ଲାବ୍‌ ରହିବ। ଅର୍ଥାତ୍‌ ଅଧିକାଂଶ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବ। ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ, ବ୍ରସ୍‌, ପେଷ୍ଟ୍‌, ସ୍ବାସ୍ଥ୍ୟ ଓ ଜୀବନବୀମା ଭଳି ଅନେକ ସାମଗ୍ରୀ, ସେବା ଟିକସମୁକ୍ତ ହେବ କିମ୍ବା କେବଳ ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ପୂର୍ବରୁ ଯେଉଁସବୁ ସାମଗ୍ରୀ ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ୁଥିଲା ସେଥିରୁ ୯୯ ପ୍ରତିଶତ ସାମଗ୍ରୀକୁ ୫ ପ୍ରତିଶତ ଜିଏସ୍‌ଟିକୁ ଅଣାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୋମବାର ଠାରୁ ଦେଶରେ ଜିଏସଟି ୨.୦ କାର୍ଯ୍ୟକାରୀ ହେଉଛି । ଜିଏସଟି ୨.୦କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହିତ ଏହା ଦେଶକୁ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ମୋଦୀ । ଜିଏସଟି ୨.୦ କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍‍ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦୋବାସୀଙ୍କୁ ସମ୍ବୋଧନ କରିଥିଲେ ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ