ଆଜି ବିଜେପି ରାଜ୍ୟରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ

ଭୁବନେଶ୍ୱର: ଆଜି ବିଜେପି ଅଫିସ୍‌ରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ ଏବଂ ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏଥିରେ ଉପସ୍ଥିତ ରହିବେ । କୋର୍‌ କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହେବେ ।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ଆଲୋଚନା ସହିତ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ମନ୍ତ୍ରିମଣ୍ଡଳର ବିଭିନ୍ନ ବିଭାଗରେ ୨୧ଜଣ ମନ୍ତ୍ରୀ ରହିପାରିବେ । କିନ୍ତୁ ଏବେ ଆହୁରି ୬ଜଣଙ୍କ ପାଇଁ ଆସନ ଫାଙ୍କା ଅଛି । ଏହି ୬ ପଦ ପାଇଁ ଦୁଇ ଡଜନ ଆଶାୟୀଙ୍କ ଆଖି ରହିଛି । ୧୭ ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଛି । ଏକାଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ଓଜନିଆ ବିଭାଗ ରହିଛି । ଜଣେ ଜଣେ ମନ୍ତ୍ରୀ ଦୁଇରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳୁଛନ୍ତି । ଅନେକ ବରିଷ୍ଠ ନେତା ମନ୍ତ୍ରୀ ହେବା ଆଶାରେ ଅଛନ୍ତି । କିଛି ନବାଗତ ବି ମନ୍ତ୍ରୀ ପଦ ପାଇବାକୁ ଅପେକ୍ଷା କରି ରହିଛନ୍ତି । ଖାଲି ମନ୍ତ୍ରୀ ପଦ ନୁହେଁ, ବିଭିନ୍ନ ବୋର୍ଡ, ନିଗମ ଓ କମିଶନ ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି । ଏଥିପାଇଁ ଅନେକ ଆଶାୟୀ ଅଛନ୍ତି । ବୈଠକରେ ଏହା ଉପରେ ଆଲୋଚନା ହେବା ସହ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ଚର୍ଚ୍ଚା ହୋଇପାରେ ।

ସରକାରକୁ ଆଠ ମାସ ପୂରି ଯାଇଥିଲେ ବି ଏହି ପଦବି ପୂରଣ ହୋଇନଥିବାରୁ ଆଶାୟୀଙ୍କ ଭିତରେ ବ୍ୟାକୁଳତା ବଢ଼ିଗଲାଣି । ଦଳର ହାଇକମାଣ୍ଡ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । ମନ୍ତ୍ରୀମାନଙ୍କ ଦକ୍ଷତା ଓ ପ୍ରଦର୍ଶନ ମପାଯାଉଛି । ଖୁବ୍‌ଶୀଘ୍ର କିଛି ବଡ଼ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି । ସୂତ୍ର ଅନୁସାରେ, ଦଳର ଜଣେ, ଦୁଇ ଜଣ ବରିଷ୍ଠ ଓ କିଛି ନୂଆ ମୁହଁକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଏହାସହ ଆଉ କିଛି ମନ୍ତ୍ରୀଙ୍କ ଭିତରେ ବିଭାଗ ଅଦଳବଦଳ ହେବାର ସମ୍ଭାବନା ରହିଛି।

  • Related Posts

    ମହୁଆଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା: ‘ରାଜନୀତିରେ ରହି ଅଣ୍ଡା ମାଡ଼କୁ ଡରୁଛ’

    ନୂଆଦିଲ୍ଲୀ: ଏକ ଅପରାଧିକ ମାମଲାରେ ପୁଲିସ ନିକଟରେ ପ୍ରତ୍ୟକ୍ଷ ହାଜର ହେବାକୁ କଲକାତା ହାଇକୋର୍ଟ ଦେଇଥିବା ନିର୍ଦେଶକୁ ଚାଲେଞ୍ଜ କରିଥିବା ଟିଏମସି ସାଂସଦ ସୁପ୍ରିମକୋର୍ଟରେ ସମାଲୋଚିତ ହୋଇଛନ୍ତି। ପୁଲିସ ନିକଟରେ ପ୍ରତ୍ୟକ୍ଷ ପରିବର୍ତ୍ତେ ଆଭାସି (ଭର୍ଚୁଆଲ)ରେ ହାଜର ହେବାକୁ ମହୁଆ ସୁପ୍ରିମକୋର୍ଟଙ୍କୁ…

    Continue reading
    ୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

    ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ