ଆଜି ଭାରତ-ଇଂଲଣ୍ଡ ୪ର୍ଥ ଟ୍ବେଣ୍ଟି୨୦

ପୁଣେ : ଆଜି ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଇଂଲଣ୍ଡର ପେସ୍‌ ଓ ଭାରତର ସ୍ପିନ୍‌ ବୋଲିଂ ମଧ୍ୟରେ ମୁକାବିଲା ହେବ। ୨-୧ରେ ଆଗୁଆ ଥିବା ଭାରତ ପାଖରେ ଶୃଙ୍ଖଳା ଜିତିବାର ଆଉ ଏକ ସୁଯୋଗ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ କ୍ରମାଗତ ୨ୟ ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ନିର୍ଣ୍ଣାୟକ ସ୍ଥିତିକୁ ନେବାର ଲକ୍ଷ୍ୟ ରଖିଛି। ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ। ଏହା ବାଜ୍‌ବଲ୍‌ ବା ଆକ୍ରମଣାତ୍ମକ ବ୍ୟାଟିଂରେ ବିଶ୍ବାସ କରିଥାଏ। ଗତ ୩ଟିଯାକ ମ୍ୟାଚ୍‌ରେ ଇଂଲଣ୍ଡ ଏହିପରି ବ୍ୟାଟିଂ କରିଛି। ହେଲେ ଇଂଲଣ୍ଡ ପ୍ରଥମ ୨ଟି ମ୍ୟାଚ୍‌ରେ ଆରମ୍ଭରୁ ଜଲ୍‌ଦି ୱିକେଟ୍‌ ହରାଇବା ଯୋଗୁଁ ବଡ଼ ସ୍କୋର୍‌ କରି ପାରିନଥିଲା। ଅନ୍ୟପକ୍ଷରେ ସାମୂହିକ ଭାବେ ଭାରତର ବ୍ୟାଟିଂ ସଫଳ ହୋଇନାହିଁ। ପ୍ରଥମ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ୨ୟ ମ୍ୟାଚ୍‌ରେ ତିଳକ ବର୍ମା ବଡ଼ ସ୍କୋର୍‌କରି ଦଳକୁ ଜିତାଇଥିଲେ। ୩ୟ ମ୍ୟାଚ୍‌ରେ ଭାରତର କେହି ବଡ଼ ସ୍କୋର୍‌ କରି ପାରିନଥିଲେ। ହାର୍ଦିକ ପାଣ୍ଡ୍ୟା ୪୦ ରନ୍‌ କରିଥିଲେ ହେଁ ୩୫ ବଲ୍‌ ଖେଳିଥିଲେ। ସନ୍ଧ୍ୟାର ମ୍ୟାଚ୍‌ରେ କାକରର ପ୍ରଭାବ ରହୁଥିବାରୁ ଉଭୟ ଦଳ ପ୍ରଥମେ ଫିଲ୍‌ଡିଂ କରିବାକୁ ଚାହିଁବେ। ହେଲେ ୩ଟିଯାକ ମ୍ୟାଚ୍‌ରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ଦେଇଛି। ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତକୁ ଏହାର ଫାଇଦା ମିଳିଛି। ହେଲେ ୩ୟ ମ୍ୟାଚ୍‌ରେ ଇଂଲଣ୍ଡ ଆକ୍ରମଣାତ୍ମକ ବ୍ୟାଟିଂକରି ଭାରତକୁ ଚାପରେ ପକାଇ ପାରିଥିଲା। ୩ଟିଯାକ ମ୍ୟାଚ୍‌ରେ ଲେଗ୍‌ସ୍ପିନର ଆଦିଲ ରସିଦ୍‌ ଚମତ୍କାର ବୋଲିଂ କରିଛନ୍ତି। ଆକ୍ରମଣାତ୍ମକ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ସମ୍ମୁଖରେ ୩ୟ ମ୍ୟାଚ୍‌ରେ ରସିଦ୍‌ ମାତ୍ର ୧୫ ରନ୍‌ ଦେଇ ଏକ ଚମତ୍କାର ବଲ୍‌ରେ ତିଳକ ବର୍ମାଙ୍କୁ ବୋଲ୍‌ଡ କରିଥିଲେ। ତେବେ ୩ୟ ମ୍ୟାଚ୍‌ରେ ଇଂଲଣ୍ଡର ପେସ୍‌ ବୋଲର ୮ଟି ୱିକେଟ୍‌ ନେବା ଦଳକୁ ଉତ୍ସାହିତ କରିଛି। ଫିଲ୍‌ ସଲ୍‌ଟ ଓ ହ୍ୟାରି ବ୍ରୁକ୍‌ଙ୍କୁ ଛାଡ଼ି ଇଂଲଣ୍ଡର ଅନ୍ୟ ବ୍ୟାଟ୍‌ସମ୍ୟାନ୍ ରନ୍‌ କରିଛନ୍ତି। ଗତ ମ୍ୟାଚ୍‌ରେ ଓପ୍‌ନର ବେନ୍ ଡକେଟ୍‌ଙ୍କ ବିସ୍ପୋରକ ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ବଡ଼ ସ୍କୋର୍‌ କରି ପାରିଥିଲା। ତେବେ ଇଂଲଣ୍ଡର ଫିଲ୍‌ ସଲ୍‌ଟ ଓ ଭାରତର ସଞ୍ଜୁ ସାମ୍‌ସନ ରନ୍‌ କରିନାହାନ୍ତି। ରବି ବିଷ୍ଣୋଇ ଅଧିକ ରନ୍‌ ଦେବା ଭାରତକୁ ଚିନ୍ତାରେ ପକାଇଛି। ତେବେ ଭାରତର ବୋଲିଂ ହିରୋ ହେଉଛନ୍ତି ବରୁଣ ଚକ୍ରବର୍ତ୍ତୀ। ୩ଟି ମ୍ୟାଚ୍‌ରୁ ସେ ୧୦ଟି ୱିକେଟ୍‌ ନେଇ ସାରିଲେଣି। ଗତ ମ୍ୟାଚ୍‌ରେ ବରୁଣ ୫ଟି ୱିକେଟ୍‌ ନେଇଥିଲେ। ହେଲେ ଅନ୍ୟ ସ୍ପିନର ସେପରି ପ୍ରଭାବଶାଳୀ ହୋଇ ପାରିନାହାନ୍ତି। ତେଣୁ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ ରମଣଦୀପ ସିଂହ କିମ୍ବା ବାମହାତି ପେସ୍‌ ବୋଲର ଅର୍ଶଦୀପ ସିଂହ ଖେଳିପାରନ୍ତି। ପ୍ରଥମ ୨ଟି ମ୍ୟାଚ୍‌ରେ ଅର୍ଶଦୀପ ଚମତ୍କାର ବୋଲିଂ କରିଥିଲେ। ରିଙ୍କୁ ସିଂହ ଫିଟ୍‌ ଘୋଷିତ ହେବା ଭାରତକୁ ଉତ୍ସାହିତ କରିଛି। ଧ୍ରୁବ ଜୁରେଲଙ୍କ ସ୍ଥାନରେ ରିଙ୍କୁ ଖେଳିପାରନ୍ତି। ମହମ୍ମଦ ସାମି ୩ୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିନ ଥିଲେ ହେଁ ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଇଂଲଣ୍ଡ ଦଳ ଜେମି ସ୍ମିଥ୍‌ଙ୍କ ସ୍ଥାନରେ ଜାକବ୍‌ ବିଥେଲଙ୍କୁ ଖେଳାଇପାରେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ