ପୁଣି ଭାରତ ହେଲା ବିଶ୍ବବିଜୟୀ

କ୍ୱାଲାଲମ୍ପୂର : ଚଳିତ ୧୯ ବର୍ଷରୁ କମ୍‌‌ ମହିଳା ଟି-୨୦ ବିଶ୍ୱକପ୍‌‌ ଦ୍ୱିତୀୟ ସଂସ୍କରଣରେ ଗତଥରର ଚାମ୍ପିଅନ ଭାରତ ଏଥର ପୁଣି ଥରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ବବିଜୟୀ ହୋଇଛି। ଲଗାତାର ଦୁଇଥର ବିଶ୍ୱବିଜେତା ବନିଛି ଟିମ୍ ଇଣ୍ଡିଆ । କୁଆଲାଲୁମ୍ପୁରରର ଓଭାଲରେ ହୋଇଥିବା ଫାଇନାଲ୍ ଲଢ଼େଇରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ମାତ୍ ଦେଇ ଭାରତୀୟ ମହିଳା ଦଳ ବିଶ୍ୱ ଚାମ୍ପିଅନ ବନିଛି ।

ପ୍ରଥମେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦ ଓଭର ଖେଳି ଅଲଆଟ୍ ହୋଇ ମାତ୍ର ୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ଭାରତ ୮୩ ରନ୍ ଟାର୍ଗେଟର ପିଛା କରି ୧୧.୨ ଓଭର ଖେଳି ବିଜୟ ହାସଲ କରିଛି । ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ମହିଳା ବିଶ୍ୱ ଚମ୍ପିଆନ ବନିଛି । ୨୦୨୩ରେ ସାଉଥ ଆଫ୍ରିକାରେ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ଜିତିଥିଲା ଭାରତ ।

୨୦୨୩ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତ ୭ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକପ୍‌‌ର ପ୍ରଥମ ଟାଇଟଲ ଜିତିଥିଲା।

  • Related Posts

    ଫୁଟବଲ ପ୍ରତିଯୋଗିତା ଉଦଯାପିତ: ଦେବଗଡ ଚାମ୍ପିଅନ

    ଦେବଗଡ଼:ଦେବଗଡ଼ ଜିଲ୍ଲାର ତି‌ଲେଇବଣି ବ୍ଲକ ବଲଣ୍ଡାଗ୍ରାମରେ ରାଜା ବାସୁଦେବ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ ଦେବଗଡ ଦଳ ସହିତ ଢୋଲପଡା ଦଳ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ…

    Continue reading
    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି