ଆଜି ମଣ୍ଡପରେ ମହାସପ୍ତମୀ ପୂଜା

ଭୁବନେଶ୍ୱର: ଆସିଛି ପାର୍ବଣ । ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ପୀଠରେ ମା’ଙ୍କର ଆଜି ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାସପ୍ତମୀ ପୂଜା । ରାଜଧାନୀ ଭୁବନେଶ୍ବର, ସିଲଭର ସିଟି କଟକ, ଷ୍ଟିଲ ସିଟି ରାଉରକେଲା, ସିଲକ୍ ସିଟି ବ୍ରହ୍ମପୁର, ସମ୍ବଲପୁର, ଯାଜପୁର ସମେତ ସାରା ରାଜ୍ୟରେ ପାର୍ବଣର ମାହୋଲ ।ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ । ମନ ମୋହୁଛି ସାଜସଜ୍ଜା । ଦୁଇବର୍ଷ ପରେ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ମଣ୍ଡପରେ ମା’ଙ୍କ ମହାସପ୍ତମୀ ପୂଜା ଚାଲିଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଛି । ଟ୍ବିନସିଟି ସମେତ ରାଜ୍ୟର ବଡ଼ ବଡ଼ ମଣ୍ଡପରେ ଭିଡ଼ ଜମୁଛି । ସୁଉଚ୍ଚ ତୋରଣ ସାଙ୍ଗକୁ ଭୁବନେଶ୍ବର ଓ କଟକରେ ପ୍ରତିଯୋଗିତାମୂଳକ ଆକର୍ଷଣୀୟ ମେଢ଼ ନିର୍ମାଣ ହୋଇଛି । ମଣ୍ଡପରେ ମା’ଙ୍କ ପୂଜା ସହ ମୀନାବଜାର, ଖାଦ୍ୟ ଷ୍ଟଲ ସହିତ ସାଂସ୍କୃତିକ କାର୍ୟ୍ୟକ୍ରମର ମଜ୍ଜା ନେଉଛନ୍ତି ଲୋକେ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରାଯାଇଛି।ସେପଟେ ଆଜି ପୀଠରେ ଚାଲିଛି ମା’ଙ୍କ ମହାଷ୍ଟମୀ ପୂଜା । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ । ନବରାତ୍ରଠାରୁ ମା’ଙ୍କ ବିଭିନ୍ନ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ ।ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକାଙ୍କ ପୀଠରେ ବି ଚାଲିଛି ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି । ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ପୀଠରେ ବି ପାଳିତ ହୋଇଛି ନବମୀ ପୂଜା । ସେପଟେ ସକାଳୁ ସକାଳୁ ଉପବାସ ରଖିଥିବା ମହିଳାମାନେ ଲମ୍ବା ଲାଇନରେ ମା’ଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଭିଡ଼ ଲଗାଇଥିବା ବେଳେ ସଂଧ୍ୟାରେ ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ । ବିରଜାଷ୍ଟମୀ ପାଇଁ ମା’ଙ୍କ ମନ୍ଦିର ସୁନ୍ଦର ଭାବେ ଫୁଲ,ରଙ୍ଗୀନ ଆଲୋକରେ ସାଜସଜ୍ଜା କରାଯାଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ