ଟଳିଗଲା ବଡ଼ ଟ୍ରେନ୍‌ ଦୁର୍ଘଟଣା

ଭୁବନେଶ୍ୱର: ସିଗ୍‌ନାଲ୍‌ ମାନିଲାନି, ପ୍ଲାଟଫର୍ମ ଭିତରକୁ ମାଡ଼ି ଆସିଲା ଶତାବ୍ଦୀ ଏକ୍ସପ୍ରେସ । ଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା । ଘଟଣାକୁ ନେଇ ଦାୟିତ୍ବହୀନ ଦୁଇ ଲୋକୋ ପାଇଲଟ ଅଟକ । ମାର୍କୋଣା ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏହି ରେଲୱେ ଷ୍ଟେସନ । ହାୱଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍‌ଟି ସୋର ରେଳ ଷ୍ଟେସନ ଅତିକ୍ରମ କରିବା ପରେ ମାର୍କୋଣା ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ଦେଇ ଯିବାକୁ ଥିଲା । ମାତ୍ର ଷ୍ଟେସନ ମାଷ୍ଟର ସିଗ୍‌ନାଲ୍‌ ଦେବା ପୁର୍ବରୁ ଲୋକ ପାଇଲଟ୍‌ ଦ୍ରୁତ ଗତିରେ ଥିବା ଟ୍ରେନକୁ ଷ୍ଟେସନ ଭିତରକୁ ଭର୍ତ୍ତି କରିଥିଲେ । ତେବେ ତୁରନ୍ତ ଷ୍ଟେସନ ମାଷ୍ଟର ଟ୍ରେନ୍‌କୁ ଅଟକାଇବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇଥିଲା । ଏହି ଘଟଣାରେ ଦୁଇ ଲୋକୋ ପାଇଲଟଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।

ପୁରୀ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ଓ ଭୁବନେଶ୍ଵର ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ଗତକାଲି ସୋର ଷ୍ଟେସନରେ ସଂଧ୍ୟା ୫ଟା ୩୫ ମିନିଟରେ ଆସି ପହଞ୍ଚିଥିଲା ହାୱଡାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ଅପରାହ୍ନ ୫ଟା ୪୬ ମିନିିଟରେ ଟ୍ରେନକୁ ଷ୍ଟେସନ ଛାଡ଼ିବାକୁ ଗ୍ରୀନ ସିଗନାଲ ଦେଇଥିଲେ ଷ୍ଟେସନ ମାଷ୍ଟର। ତେବେ ହଠାତ ମେନ ଲାଇନରେ ହାୱଡାରୁ ପୁରୀ ଅଭିମୁଖେ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ମାଡ଼ି ଆସିଥିଲା। ଏହି ଟ୍ରେନକୁ ରେଡ୍ ସିଗନାଲ ଥିବା ସତ୍ଵେ ଧିରେ ଧିରେ ମନ୍ଥର ଗତିରେ ଷ୍ଟେସନ ପରିସରକୁ ମାଡି ଆସିଥିଲା। ସ୍ଥିତିକୁ ନେଇ ପୂର୍ବରୁ ଗ୍ରୀନ ସିଗନାଲ ପାଇଥିବା ଜନଶତାବ୍ଦୀ ଏକ୍ସପ୍ରେସର ସିଗନାଲକୁ ରେଡ୍ କରାଯାଇଥିଲା। ଜନଶତାବ୍ଦୀ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଥିଲେ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେବା ପ୍ରାୟ ନିଶ୍ଚିତ ଥିଲା।

ତେବେ ସିଗନାଲ ମାନିନଥିବା ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ ଅଟକାଇବାକୁ ସୂଚନା ଦେଇଥିଲେ ସୋର ଷ୍ଟେସନ ମାଷ୍ଟର। ସୋର ଷ୍ଟେସନରେ ଅଟକି ରହିଥିଲା ଭୁବନେଶ୍ଵର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ। ସିଗନାଲ ମାନିନଥିବା ଶତାବ୍ଦୀ ଏକ୍ସପ୍ରେସର ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ ଗାର୍ଡଙ୍କୁ ତୁରନ୍ତ କାର୍ୟ୍ୟରୁ ଅପସାରଣ ପରେ ନୂତନ ଷ୍ଟାପ ନିୟୋଜିତ କରାଯାଇଥିଲା। ଏହା ପରେ ଦୁଇ ଟ୍ରେନ ଯାତ୍ରା ଆରମ୍ଭ କରିଥିଲା। ନିର୍ଦ୍ଦିଷ୍ଟ ସମୟ ଠାରୁ ଦେଢଘଣ୍ଟା ବିଳମ୍ବରେ ମାର୍କୋଣା ରେଳ ଷ୍ଟେସନରୁ ଛାଡିଥିଲା ଟ୍ରେନ। ରେଲୱେ ବିଭାଗର ଉଚ୍ଚ ପଦାଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ତିନିଜଣ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ