ମମିତାଙ୍କ ବାପା ମାଆଙ୍କ ମଧ୍ୟ ସମାନ ଦାବି: ସିବିଆଇ ତଦନ୍ତ

ଭୁବନେଶ୍ବର: ପୁଣି ଖୋଲିବ ମମିତା ମେହେର ହତ୍ୟାକାଣ୍ଡ ନଥି। ରବିବାର ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସିବିଆଇ ତଦନ୍ତ ଦାବି କରିଥିବାବେଳେ ସୋମବାର ମମତା ମେହେରଙ୍କ ବାପା ସୁଚନ୍ଦ୍ର ମେହେର ଏବଂ ମାଆ ତୁଳସୀ ମେହେର ମଧ୍ୟ ସମାନ ଦାବି ରଖିଛନ୍ତି। ସେମାନେ କହିଛନ୍ତି ଆମେ ନ୍ୟାୟ ପାଇନୁ, ସିବିଆଇ ତଦନ୍ତ ଚାହୁଁଛୁ। ମୁଖ୍ୟମନ୍ତ୍ରୀ ଡାକିଲେ ଆମେ ଭେଟିବାକୁ ନିଶ୍ଚୟ ଯିବୁ।ରବିବାର ଗୋବିନ୍ଦଙ୍କ ଝିଅ ଲିପିକା ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ‘‘ମୋ ପିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଥିଲେ। ମମିତା ମେହେରଙ୍କ ହତ୍ୟାକାରୀ ପୁଲିସ ଲଗାଇ ଜେଲ୍ ଭିତରେ ମୋ ପିତାଙ୍କୁ ହତ୍ୟା କରିଛି। ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର ରହିଛି। ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ କରାଯାଉ।’’ ଗଣମାଧ୍ୟମକୁ ଲିପିକା କହିଛନ୍ତି, ମମିତା ମେହେରଙ୍କୁ ମୋ ବାପା ମାରିନାହାନ୍ତି। ମମିତା ମେହେରଙ୍କ ହତ୍ୟାକାରୀ ହିଁ ମୋ ବାପାଙ୍କୁ ମାରିଛି। ତତ୍କାଳୀନ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ଏହି ଅପରାଧ ପଛରେ ରହିଛି। ମୋ ବାପାଙ୍କୁ କେବଳ ମୋହରା ବନାଯାଇଥିଲା।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲରେ କାର୍ୟ୍ୟରତ ଥିବା ବଲାଙ୍ଗୀର ଜିଲା ତୁରେକେଲା ଥାନା ଝରଣୀ ଗାଁର ମମିତା ମେହେର ୨୦୨୧ ଅକ୍ଟୋବର ୮ରୁ ନିଖୋଜ ହୋଇଯାଇଥିଲେ। ପରେ ତଦନ୍ତରୁ ମହାଲିଙ୍ଗଠାରେ ନିର୍ମାଣାଧୀନ ଷ୍ଟାଡିୟମରେ ମମିତାଙ୍କ ମୃତଦେହ ପୋଡ଼ି ପୋତି ଦିଆଯାଇଥିବା ଜଣାପଡ଼ିଥିଲା। କିଛି ଦିନ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରାଯାଇଥିଲା।

୨୦୨୨ ସେପ୍ଟେମ୍ବରରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମାମଲା ଶୁଣାଣି ଆରମ୍ଭ ହୋଇଥିଲା। ଡିସେମ୍ବର ୨୦ ତାରିଖ ଦିନ ଗୋବିନ୍ଦ ଜେଲ୍ ଭିତରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ସେତେବେଳେ ବିରୋଧୀ ଦଳ ବିଜେଡି ସରକାର ଉପରେ ପ୍ରବଳ ଆକ୍ରମଣ କରିଥିଲେ। ତତ୍କାଳୀନ ଗୃହରାଷ୍ଟ୍ର ମନ୍ତ୍ରୀ ତଥା ବର୍ତ୍ତମାନର ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତିକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଥିଲା। ଶ୍ରୀ ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲା।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ