
କଟକ: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ରୂପରେଖ କ’ଣ ହେବ ସେନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ । ଆସନ୍ତା ୯ ତାରିଖ ଦିନ କଟକ ସହର ସମ୍ପର୍କିତ ମାମଲାର ଶୁଣାଣି ରହିଛି । ସେହି ୯ତାରିଖରେ ହାଇକୋର୍ଟଙ୍କୁ ଏନେଇ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଐତିହ୍ୟ ଓ ପରମ୍ପରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ପୂର୍ବରୁ କେବଳ ତଳପଡ଼ିଆରେ ବାଲିଯାତ୍ରା ହେବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅଧିକାଂଶ ଦଳର ଲୋକପ୍ରତିନିଧି ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ ।




