ଆଜି ମାଲେସିଆ ଯିବେ ୨୮ କୃଷକ ଓ ଅଧିକାରୀ

ଭୁବନେଶ୍ୱର : ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ ଅଧୀନରେ ୨୮ଜଣ କୃଷକ ଏବଂ ଅଧିକାରୀ ଆଜି ମାଲେସିଆ ଗସ୍ତ କରିବେ। ଶୁକ୍ରବାର ପ୍ରଶିକ୍ଷଣଭିତ୍ତିକ ମାଲେସିଆ ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପୂର୍ବାହ୍ଣ ୧୧ଟାରେ କୃଷି ଭବନ ସମ୍ମିଳନୀ କକ୍ଷରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ୧୪ ଜଣ କୃଷକଙ୍କ ସହ ୧୪ ଅଧିକାରୀ ସପ୍ତାହେ ପର୍ୟ୍ୟନ୍ତ ମାଲେସିଆରେ ରହିବେ। ଉଦ୍ୟାନ କୃଷି ନିର୍ଦେଶାଳୟ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଲକ୍ଷ୍ନୌସ୍ଥିତ ବ୍ୟାଙ୍କର୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ରୁରାଲ ଡେଭଲପମେଣ୍ଟ ଏବଂ ନାବାର୍ଡର ମିଳିତ ଆୟୋଜନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଉଭୟ କୃଷକ ଓ ଅଧିକାରୀଙ୍କୁ ମାଲେସିଆ ଗସ୍ତ ନିମନ୍ତେ ଶୁଭେଚ୍ଛା ପ୍ରଦାନ କରି ପାରମ୍ପରିକ କୃଷି ସହିତ ବୈଜ୍ଞାନିକ ପଦ୍ଧତି ତଥା ଯନ୍ତ୍ରପାତିର ବ୍ୟବହାର ଇତ୍ୟାଦି ସମ୍ବନ୍ଧରେ ଶିଖିବା ପାଇଁ ଉତ୍ସାହିତ କରିଥିଲେ। ପ୍ରଶିକ୍ଷାର୍ଥୀମାନେ ଗସ୍ତରୁ ଯାହା ଶିଖିବେ ତାହାକୁ ପ୍ରତିଦିନ ରିପୋର୍ଟ ଆକାରରେ ଲିପିବଦ୍ଧ କରି ବିଭାଗକୁ ପ୍ରଦାନ କରିବେ। ଉନ୍ନତ କୌଶଳକୁ ଶିଖି ନିଜ ଅଞ୍ଚଳରେ କାର୍ୟ୍ୟକାରୀ କରିବେ। ଏହା ଚାଷୀଙ୍କ ଆୟକୁ ଦୁଇଗୁଣା କରିବାରେ ସହାୟକ ହେବ। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ପ୍ରଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ କରିବା ସହିତ ଓଡ଼ିଶାରେ କୃଷିର କ୍ରମବିକାଶ ଉପରେ ଆଲୋକପାତ କରିଥିଲେ। ଆଜିର ସମୟରେ ଓଡ଼ିଶା ଦେଶର ୪ର୍ଥ ସର୍ବବୃହତ ରାଜ୍ୟ ଭାବେ ଏଫସିଆଇକୁ ଚାଉଳ ଯୋଗାଉଛି। ଗତବର୍ଷ ୧୪.୩ ମିଲିୟନ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ୧୪.୪୮ ମିଲିୟନ ଟନ୍‌ର କେବଳ ଫଳ ଓ ପନିପରିବା ଉତ୍ପାଦିତ ହୋଇଛି। ଉଦ୍ୟାନ କୃଷି ନିର୍ଦେଶକ ନିଖିଲ ପୱନ କଲ୍ୟାଣ, କୃଷି ନିର୍ଦେଶକ ଶୁଭମ ସାକ୍ସେନା, ବାର୍ଡ ଇନଷ୍ଟିଚ୍ୟୁଟର ନିର୍ଦେଶକ ନିରୁପମ ମେହୋତ୍ରା, ନାବାର୍ଡ ସିଜିଏମ୍ ଡ. ସୁଧାଂଶୁ ମିଶ୍ର, ଓପିକାର ପ୍ରକଳ୍ପ ନିର୍ଦେଶକ ରଶ୍ମିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading
    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ