ଆଜି ମିଳିବ ‘ସୁଭଦ୍ରା’ ଟଙ୍କା

କୋରାପୁଟ : ରାକ୍ଷୀରେ ମିଳିବ ସୁଭଦ୍ରା କିସ୍ତି । ଶନିବାର ଦିନ ମାନେ ଅଗଷ୍ଟ ୯ ତାରିଖରେ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ର ତୃତୀୟ କିସ୍ତି । କୋରାପୁଟ କୋଟିଆରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ରହିବେ। ୧ କୋଟି ମହିଳାଙ୍କୁ ୫ ହଜାର କୋଟି ଟଙ୍କା ତୃତୀୟ କିସ୍ତି ବାବଦକୁ ସରକାର ପ୍ରଦାନ କରିବେ। ଏହାସହିତ କୋଟିଆର ବିକାଶ ପାଇଁ ପ୍ରସ୍ତୁତ ହେବ ନୂଆ ରୋଡ ମ୍ୟାପ୍।

ଆଜି ରାକ୍ଷୀପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁଆସିବ ତୃତୀୟ କିସ୍ତି ଟଙ୍କା। ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏହା ପୂର୍ବରୁ ୨ ଦିନିଆ କୋଟିଆ ଗସ୍ତରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର କୋଟିଆରେ ପହଞ୍ଚିବେ। ଆପଣଙ୍କ ପାଖକୁ ସଚିବାଳୟ ଆସିବ।୨ ହଜାର ୭୮ ଜଣ ମହିଳା କୋଟିଆରେ ସୁଭଦ୍ରା ପାଇଁ ଆବେଦନ କରିଥିଲେ। ୧୮୦୦ ଜଣ ୨ଟି କିସ୍ତି ପାଇଛନ୍ତି। ଆଉ ପାଖାପାଖି ୨୪୦ ଜଣ ଏକକାଳୀନ ୩ଟି କିସ୍ତି ପାଇବେ। ଅର୍ଥାତ ଏକକାଳୀନ ୧୫ ହଜାର ଟଙ୍କା ଲେଖାଏଁ ପାଇବେ।

ସେହିପରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ଏସଏଚଜିଙ୍କୁ ୧୦ ଲକ୍ଷ ଟଙ୍କା ଋଣ ବିନା ସୁଧରେ ସରକାର ଦେବେ। ଏବଂ ଏକ କୋଟି ମହିଳାଙ୍କୁ ତୃତୀୟ କିସ୍ତି ଦିଆଯିବ।ଏଥିପାଇଁ ୫ ହଜାର କୋଟି ଖର୍ଚ୍ଚ ହେବ।ସୁଭଦ୍ରା ଟଙ୍କା ସମସ୍ତେ ପାଇବେ ଏବଂ କୌଣସି ମଧ୍ୟସ୍ଥି ପ୍ରତିବନ୍ଧକ ସାଜି ପାରିବନି। କୋଟିଆ ପାଇଁ ନୂଆ ରୋଡ ମ୍ୟାପ୍ ତିଆରି କରାଯିବ ବୋଲି ସେଠାରେ ପହଞ୍ଚି ଏମିତି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଲକ୍ଷପତି ଦିଦି ଓ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉତ୍ପାଦନ ବିକ୍ରି ଓ ପ୍ରକ୍ରିୟାକରଣ ବ୍ୟବସ୍ଥା କରାଯିବ। ଏନେଇ ଜୟପୁରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସେ କହିଛନ୍ତି।

  • Related Posts

    ଟ୍ରେନରୁ ଖସି ଯୁବକ ମୃତ

    ଦିଗପହଣ୍ଡି: ଟ୍ରେନରୁ ଖସି ଯୁବକ ମୃତ। ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚାଞ୍ଚଡାପଲ୍ଲୀ ଗାଁର ସାଗର ଜେନା ନାମକ ଯୁବକଙ୍କ ଟ୍ରେନରୁ ଖସି ମୃତ୍ୟୁ ହୋଇଛି। ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ…

    Continue reading
    ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

    ବାଲେଶ୍ବର: ଓଲନ୍ଦାସାରଗାଁ ଜଙ୍ଗଲରେ ଏକ ଗଛରେ ଝୁଲୁଥିବା ଗଳିତ ଶବକୁ ସଦର ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ଉଦ୍ଧାର ମୃତବ୍ୟକ୍ତିଙ୍କ ଶରୀରର କିଛି ଅଂଶ ତଳେ ପଡ଼ିଥିବାବେଳେ ବାକି ଅଂଶ ଝୁଲନ୍ତା ଅବସ୍ଥାରେ ରହିଥିଲା। ତେବେ ବ୍ୟକ୍ତି ଜଣକ ଆତ୍ମହତ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ