ଆଜି ରାତି ୮.୩୦ରେ ସମ୍ବୋଧନ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ଅର୍ଥାତ ଶନିବାର ରାତି ୮.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମହିଳା ସଂରକ୍ଷଣ ବିଲ କାଟ ଖାଇବା ଉପରେ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରକାଶ ଯେ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ବଡ଼ ଝଟକା। ଲୋକସଭାରେ ଏନଡିଏ ସରକାର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ବିଫଳ ହୋଇଛି। ୧୩୧ତମ ସମ୍ବିଧାନ ବିଲ୍ ଜରିଆରେ କେନ୍ଦ୍ର ସରକାର ତତ୍କାଳ ମହିଳା ସଂରକ୍ଷଣ ବିଲ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିଲେ। ମହିଳା ସଂରକ୍ଷଣକୁ ସୀମା ପୁନଃ ନିର୍ଦ୍ଧାରଣ ସହ ଯୋଡ଼ିଥିଲେ।ହେଲେ ଏହି ବିଲ୍ ଲୋକସଭାରେ ଆବଶ୍ୟକ ଦୁଇ ତୃତୀୟାଂଶ ମତ ହାସଲ କରିପାରି ନାହିଁ। ସମ୍ବିଧାନ ସଂଶୋଧନ ବିଲ ସପକ୍ଷରେ ୨୯୮ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୩୦ ଖଣ୍ଡ ଭୋଟ ପଡ଼ିଛି। ଅର୍ଥାତ ୫୨୮ ଜଣ ସାଂସଦ ଆଜିର ଭୋଟିଂରେ ସାମିଲ ହୋଇଥିଲେ।ସମ୍ବିଧାନ ସଂଶୋଧନ ବିଲ ପାରିତ ହେବାକୁ ୩୨୬ ଖଣ୍ଡ ଭୋଟର ଆବଶ୍ୟକ ରହିଥିଲା। କିନ୍ତୁ ଏନଡିଏ ଏହାକୁ ହାସଲ କରିବାରେ ବିଫଳ ହୋଇଛି। ଏଥିଯୋଗୁ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଗୃହୀତ ହୋଇ ପାରନାହିଁ। ଏହି ସମ୍ବିଧାନ ସଂଶୋଧନ ବିଲ ସହ ସରକାର ସୀମା ପୁନଃ ନିର୍ଦ୍ଧାରଣ ଓ କେନ୍ଦ୍‌ ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ୨୦୨୬ ମଧ୍ୟ ଆଣିଥିଲେ। ସମ୍ବିଧାନ ସଂଶୋଧନ ବିଲ ସହ ଏହାକୁ ଯୋଡ଼ା ଯାଇଥିଲା। ହେଲେ ସମ୍ବିଧାନ ସଂଶୋଧନ ବିଲ ପାରିତ ହୋଇ ପାରି ନଥିବାରୁ ଉଭୟ ବିଲକୁ ମଧ୍ୟ ସରକାର ଆଗକୁ ଆଉ ବଢ଼ାଇବାକୁ ମନା କରି ଦେଇଛନ୍ତି।ଅର୍ଥାତ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ ବିଲ ଲୋକସଭାର ଅନୁମୋଦନ ହାସଲ କରିପାରି ନାହିଁ।

  • Related Posts

    ଯନ୍ତରମନ୍ତରେ କକ୍ରୋଚ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନ

    ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ଯୁବଗୋଷ୍ଠୀଙ୍କ ଦ୍ୱାରା ସୋଶାଲ ମିଡିଆରୁ ଆରମ୍ଭ ହୋଇଥିବା ଏହି…

    Continue reading
    ଆୟର୍ଲାଣ୍ଡ-ଇଂଲଣ୍ଡ ପାଇଁ ଭାରତ ପ୍ରସ୍ତୁତ; ସୂର୍ଯ୍ୟ ହଟିଲେ, ଶ୍ରେୟାସ କ୍ୟାପ୍ଟେନ୍

    ଟିମ୍ ଇଣ୍ଡିଆରେ ବିସ୍ଫୋରକ ବୈଭବଙ୍କ ଏଣ୍ଟ୍ରୀ ନୂଆଦିଲ୍ଲୀ: ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଏବଂ ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହୋଇଛି । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ବିଶ୍ୱ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ