ଆଜି ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇପାରେ । ମଧ୍ୟାହ୍ନ ୧୨ଟା ପରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଚର୍ଚ୍ଚା ହେଉଛି । ଏନେଇ ସିବିଏସ୍ଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ମାତ୍ର ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି । ଏଥିସହ ଡିଜି ଲକର ୱେବ୍ସାଇଟ୍ ଏବଂ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଖୁବ୍ ଶୀଘ୍ର ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ମେ’ ୧୩ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଫଳ ପ୍ରକାଶ ପାଇଥିଲା । ଚଳିତବର୍ଷ ଆଗୁଆ ଏପ୍ରିଲ୍ ୧୫ ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୧୮ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ଦେଇଛନ୍ତି ।ଫେବ୍ରୁଆରୀ ୧୭ ତାରିଖରୁ ଏପ୍ରିଲ୍ ୧୦ ତାରିଖ ମଧ୍ୟରେ ଏହି ପରୀକ୍ଷା ହୋଇଥିଲା । ଡିଜି ଲକର ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସ୍ଇ ୱେବ୍ସାଇଟ୍ରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସ୍ଇ ଫଳ www.cbse.gov.in, www.results.in, results.digilocker.gov.in, umang.gov.in ରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

  • Related Posts

    ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: ଦେଶର ଚିନି ଯୋଗାଣ ବଜାୟ ରଖିବା ପାଇଁ ସରକାର ତୁରନ୍ତ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ବଳବତ୍ତର ରହିବ। ଦେଶରେ ଚିନି ଯୋଗାଣ…

    Continue reading
    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ