
କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗଦାପୁର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରମିତା ପାଟ ମାଝୀ (୨୭) ଓ ରୁନୁ ମାଝୀ।
ରମିତା ଓ ରୁନୁ ଆମ୍ବ ଟାକୁଆରେ ଜାଉ ପ୍ରସ୍ତୁତ କରି ଖାଇଥିଲେ। ଏହା ପରେ ସେମାନଙ୍କର ପେଟବ୍ୟଥା ହେବା ସହ ଝାଡ଼ାବାନ୍ତି ହୋଇଥିଲା। ରମିତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗତ ୩୦ ତାରିଖରେ ତାଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଗତକାଲି ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ସେହିଭଳି ଦିବ୍ୟାଙ୍ଗ ଯୁବତୀ ରୁନୁ ମାଝୀଙ୍କୁ ମଧ୍ୟ ପ୍ରଥମେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯିବା ବେଳେ ସେ ପ୍ରାଣ ହରାଇଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୬ ଜଣଙ୍କୁ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଛି।



