ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ବୃନ୍ଦାବନରେ ଥିବା ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଆଣିବା ପାଇଁ ୫ କୋଟି ଟଙ୍କା ଦିଆଯାଇଥିଲା ବୋଲି ଫଲାହାରୀ ମହାରାଜ ଦିନେଶ ଶର୍ମା ଅଭିଯୋଗ କରିବା ପରେ ବିରାଟ କୋହଲିଙ୍କ ମୁଖପାତ୍ର ଏହି ଅଭିଯୋଗଗୁଡ଼ିକୁ “ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ତଥ୍ୟଗତ ଭାବରେ ଭୁଲ କହି ଖଣ୍ଡନ କରିଛନ୍ତି ।
ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ଟ୍ରଷ୍ଟର ଅଧ୍ୟକ୍ଷ ଦିନେଶ ଶର୍ମାଙ୍କ ରିପୋର୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟରେ ଅଭିଯୋଗ ଆସିବା ପରେ ବିରଟଙ୍କ ଟିମ୍ ପକ୍ଷରୁ ଏହି ସ୍ପଷ୍ଟୀକରଣ ଆସିଛି । ସେ ଦାବି କରିଥିଲେ ଯେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ କୋହଲିଙ୍କୁ ଆଣିବା ପାଇଁ ୫ କୋଟି ଖର୍ଚ୍ଚ କରାଯାଇଥିଲା କିନ୍ତୁ ଏନେଇ କୌଣସି ସାର୍ବଜନୀନ ରେକର୍ଡ, ଚୁକ୍ତିନାମା କିମ୍ବା ଅନ୍ୟ କୌଣସି ପ୍ରମାଣ ସେ ଦେଇ ପାରିନହାନ୍ତି ।
କୋହଲି ଏବଂ ତାଙ୍କ ପତ୍ନୀ, ଅଭିନେତ୍ରୀ ଅନୁଷ୍କା ଶର୍ମା, ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଅନେକ ଥର ଭେଟିଛନ୍ତି । ସେମାନଙ୍କର ପ୍ରଥମ ସାକ୍ଷାତ ଜାନୁଆରୀ ୨୦୨୩ ରେ ହୋଇଥିଲା । ସେବେଠାରୁ, ଏହି ଦମ୍ପତ୍ତି ଅନେକ ଥର ଆଶ୍ରମ ପରିଦର୍ଶନ କରିଛନ୍ତି, ଆଇପିଏଲ ମ୍ୟାଚ୍ ସମୟରେ ଏବଂ ଲଣ୍ଡନରୁ ଭାରତ ଫେରିବା ସମୟରେ ମଧ୍ୟ ସେମାନେ ମହାରାଜଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେଇଛନ୍ତି । ଚଳିତ ବର୍ଷ ଜୁଲାଇ ୨୨ ରେ ଏହି ଦମ୍ପତ୍ତି ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ପାଇବା ପାଇଁ ଖାଲି ପାଦରେ ଆଶ୍ରମ ଭିତରକୁ ଚାଲିଚାଲି ଯିବା ଭିଡିଓ ଖୁବ ଭାଇରାଲ ହୋଇଥିଲା । ସେମାନଙ୍କର ପରିଦର୍ଶନ ଅନଲାଇନରେ ବାରମ୍ବାର ଧ୍ୟାନ ଆକର୍ଷଣ କରିଛି ଏବଂ ଆଶ୍ରମର ଭିଡିଓ ପ୍ରାୟତଃ ଭାଇରାଲ ହୋଇଛି ।
“ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ସେମାନଙ୍କର ଗଭୀର ବିଶ୍ୱାସ ଏବଂ ସମ୍ମାନରୁ ଦର୍ଶନ କରନ୍ତି, ବୋଲି ” ବିବୃତ୍ତିରେ କୁହାଯାଇଛି । ବିବୃତ୍ତିରେ କୁହାଯାଇଛି, “ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଯେ ଫଲାହାରୀ ମହାରାଜ ଦିନେଶ ଶର୍ମା ବିରାଟ କୋହଲିଙ୍କ ବିଷୟରେ କରିଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ତଥ୍ୟଗତ ଭାବରେ ଭୁଲ ।’ ସେ କହିଛନ୍ତି ଯେ, ପ୍ରେମାନନ୍ଦ ମହାରାଜଙ୍କ ନିକଟକୁ କୋହଲି ଓ ତାଙ୍କ ପତ୍ନୀଙ୍କ ଯାତ୍ରା ତାଙ୍କ ବ୍ୟକ୍ତିଗତ ବିଶ୍ୱାସ ଏବଂ ଆଧ୍ୟାତ୍ମିକ ଗୁରୁଙ୍କ ପ୍ରତି ସମ୍ମାନ କାରଣ ହୋଇଛି ଏହା କୌଣସି ବ୍ୟବସାୟୀକ ଡିଲ୍ ନୁହେଁ ।
ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…








