ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ RDCସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ତହସିଲର ଆଶ୍ରମ ସ୍କୁଲର ଛାତ୍ରୀ ରୂପାଲି ବେଶ୍ରାଙ୍କର ମୃତ୍ୟୁ ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଏହା ସହିତ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହେଲେ ଏବଂ ରୂପାଲିଙ୍କର ମୃତ୍ୟୁ ଘଟିଛି, ସେ ସମ୍ପର୍କରେ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। RDC ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ଘଟଣା ସଂପର୍କରେ ତଦନ୍ତ କରିବେ।

ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୩ଲକ୍ଷର ସହାୟତା ଘୋଷଣା କରିଛନ୍ତି । ପିଲା ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସନ୍ତାକାଲି ଏକ ଡାକ୍ତରୀ ଦଳ ମଧ୍ୟ ରାସଗୋବିନ୍ଦପୁର ଗସ୍ତ କରିବେ।.

  • Related Posts

    ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

    ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ…

    Continue reading
    ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

    ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ