ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

ଢେଙ୍କାନାଳ: ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି), ଢେଙ୍କାନାଳଠାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ଖାଲି ଥିବା କିଛି ଆସନରେ ଆସନ୍ତାକାଲି ସ୍ପଟ୍‌ ଆଡମିଶନ୍‌ କରାଯିବ। ଆଇଆଇଏମସି ଢେଙ୍କାନାଳ କ୍ୟାମ୍ପସ୍‌ ଠାରେ ଗୁରୁବାର, ୧୯ ଜୁନ୍‌ ପୂର୍ବାହ୍ନ ୧୧ଟା ସମୟରେ ସ୍ପଟ୍‌ ରାଉଣ୍ଡ୍‌ ନାମଲେଖା ଅନୁଷ୍ଠିତ ହେବ। ଏହି ନାମଲେଖା ପ୍ରକ୍ରିୟା ସ୍ୱତନ୍ତ୍ର ଭାବେ ଅନୁସୂଚିତ ଜାତି (ଏସସି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍‌) ଶ୍ରେଣୀ ସହିତ ସାଧାରଣ ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିଛି । ଇଚ୍ଛୁକ ଛାତ୍ରଛାତ୍ରୀ ସ୍ପଟ୍‌ ରାଉଣ୍ଡ ନାମଲେଖା ସମୟରେ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେଇପାରନ୍ତି । ଯୋଗ୍ୟତା, କାଗଜପତ୍ର କିମ୍ବା ନାମଲେଖା ପ୍ରକ୍ରିୟା ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ଶ୍ରୀ ଜିତେନ୍ଦ୍ର ପତିଙ୍କୁ ୯୯୩୭୮୮୧୨୮୫ ନମ୍ବରରେ ଯୋଗାଯୋଗ କରିପାରିବେ ।

  • Related Posts

    ସନ୍ଥ ଗୁରୁ ଶ୍ରୀ ରବିଦାସ ମହାରାଜଙ୍କ ଜୀବନ, ଦର୍ଶନ ବ୍ୟାପକ ଭାବେ ପ୍ରଚାର କରାଯିବ: ମନମୋହନ

    ଭୁବନେଶ୍ୱର,: ତ୍ରୟୋଦଶ – ଚତୁର୍ଦ୍ଦଶ ଶତାଦ୍ଦୀ ବେଳକୁ ବାହ୍ୟ ଶତୃଙ୍କ ଆକ୍ରମଣ ଏବଂ ଧର୍ମାନ୍ତୀରଣ ପ୍ରକ୍ରିୟା କାରଣରୁ ସାମାଜିକ ବୈଷମ୍ୟ ଓ ଜାତିଭେଦର ଅସ୍ପୃଶ୍ୟତା ପ୍ରମୁଖ ଶିଖରରେ ପହଁଚିଥିଲା । ସାମଗ୍ରିକ ଭାବେ ସତାନତ ଧର୍ମ ମଧ୍ୟ ବହୁ ଆହ୍ୱାନର ସମ୍ମୁଖୀନ…

    Continue reading
    ‘ଓଡ଼ିଶା ଫୁଡ୍ ପ୍ରୋ 2026:ମୋଟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିନିଧିମାନଙ୍କ ସହିତ ନିବେଶ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା ଉତ୍ପାଦନ, ବୟନଶିଳ୍ପ, ଇଞ୍ଜିନିୟରିଂ ଏବଂ ଆଲୁମିନିୟମ କ୍ଷେତ୍ରରେ ବିପୁଳ ସୁଯୋଗ ‘ଓଡ଼ିଶା ଫୁଡ୍ ପ୍ରୋ 2026’ ରୋଡ୍‌ସୋ ସହିତ ୪୬ଟି ଉଚ୍ଚସ୍ତରୀୟ ବୈଠକ, ମୋଟ ୨୦୮ଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ