ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ହେବ ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପ ବର୍ଷା

ଭୁବନେଶ୍ଵର : ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ୪୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପ ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ଆମ ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିନ ହେବ। ଆସନ୍ତାକାଲି ଆମ ଦେଶର ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗୋଟିଏ ମଞ୍ଚରେ ଓଡ଼ିଶା ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଉପସ୍ଥିତ ରହିବେ। ବନବାସୀ ପରିବାରରେ ଜନ୍ମ ହୋଇ ମହାମହିମ ପ୍ରଥମେ ରାଜ୍ୟପାଳ ଭାବେ ରେକର୍ଡ କରିଥିଲେ ଏବଂ ପରେ ରାଷ୍ଟ୍ରପତି ପଦରେ ଆସୀନ ହୋଇଥିଲେ। ଏହା ଆମ ପାଇଁ ଗର୍ବ ଗୌରବର ବିଷୟ।

ମନମୋହନ ସାମଲ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ଅପରାହ୍ନ ୩ଟା ୪୫ରେ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ପହଞ୍ଚିବେ। ସନ୍ଧ୍ୟାରେ ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍ ସେଣ୍ଟର ଉଦଘାଟନ କରିବେ। ଆସନ୍ତାକାଲି ସକାଳ ୧୦ଟାରେ ପାହାଡ଼ପୁର ସ୍ଥିତ ତାଙ୍କ ଶାଶୁ ଘର ଗାଁକୁ ଯିବେ। ସେଠାରେ ପୂଜାର୍ଚ୍ଚନା କରିବେ। ପ୍ରଧାନମନ୍ତ୍ରୀଙ୍କୁ ଗାଁ ବୁଲାଇ ଦେଖାଇବେ। ଏହାପରେ ସ୍କିଲ ଡେଭଲପମେଣ୍ଟ ବିଦ୍ୟାଳୟ ବୁଲିବେ। ସେଠାରେ ପିଲାମାନଙ୍କ ସହିତ ଆଲୋଚନା କରିବେ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଦିନ ଯାଏଁ ଶାସନ ଭାରରେ ରହି ରେକର୍ଡ କରିବା ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ବଡ଼ ଭେଟି ଦେବେ। ୪୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଶିଳାନ୍ୟାସ କରିବେ। ଓଡ଼ିଶାରେ ବିକାଶର ସଂକଳ୍ପ ନେଇ ସେ ଓଡ଼ିଶା ଆସୁଛନ୍ତି। ଏଥିପାଇଁ ମୟୂରଭଞ୍ଜବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଆସନ୍ତାକାଲି ଗଭୀର ଜନସମାଗମ ହେବ ବୋଲି ଆଶା କରାଯାଉଛି।

ମନମୋହନ କହିଛନ୍ତି ଯେ, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟରେ, ଭୁବନେଶ୍ୱରରେ ୩୦୦ ଟିପିଡି କ୍ଷମତାର କମ୍ପ୍ରେସଡ୍ ବାୟୋଗ୍ୟାସ ପ୍ଲାଣ୍ଟ, କଟକ-ଭୁବନେଶ୍ୱର ସଂଯୋଗ ପାଇଁ କାଠଯୋଡ଼ି ନଦୀ ଉପରେ ସେତୁ, ବୌଦ୍ଧ ଜିଲ୍ଲାର ଢଳପୁର-ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ, ନୂଆପଡ଼ା-ଘାଟିପଡ଼ା ଜାତୀୟ ରାଜପଥ ଚାରିଲେନ୍ ବିକାଶ, କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର ଓ ଇଣ୍ଡୋର ବ୍ୟାଡମିଣ୍ଟନ୍ କମ୍ପ୍ଲେକ୍ସ ଅନ୍ତର୍ଭୁକ୍ତ। ସେହିପରି ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୨୪ଟି ଅଟଳ ବସଷ୍ଟାଣ୍ଡ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ଟି ସ୍ଵୟଂଚାଳିତ ଯାନ ଓ ପରୀକ୍ଷା କେନ୍ଦ୍ରର ଉଦ୍ଘାଟନ କରାଯିବ। ଏହା ବ୍ୟତୀତ ନୟାଗଡ଼ ଟାଉନ୍ ବାଇପାସ୍, କୁସୁମୀ ସ୍ମାର୍ଟ ଇରିଗେସନ୍ ପ୍ରକଳ୍ପର ଭୂତଳ ପାଇପଲାଇନ୍, ଜଖପୁରା-ଯାଜପୁର କେନ୍ଦୁଝରର ବୈତରଣୀ ରୋଡ ମଲ୍ଟି ଟ୍ରାକିଂ ପ୍ରକଳ୍ପ, ହିନ୍ଦୋଳ ରୋଡ ମେରାମାଣ୍ଡାଣଳି ମଲ୍ଟି ଟ୍ରାକିଂ ପ୍ରକଳ୍ପ, ରାଇରଙ୍ଗପୁର କ୍ରୀଡ଼ା କମ୍ପ୍ଲେକ୍ସ ଏବଂ ଆଦିବାସୀ ଗବେଷଣା କେନ୍ଦ୍ର ଭଳି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

  • Related Posts

    ଦୀପାଳି-ଟଙ୍କଧର ମୁହାଁମୁହିଁ

    ଝାରସୁଗୁଡ଼ା: ପୁଣି ଝାରସୁଗୁଡ଼ାରେ ଦୀପାଳି-ଟଙ୍କଧର ମୁହାଁମୁହିଁ। ଇବ ନଦୀରୁ ଶହ ଶହ ଟ୍ରିପ ବାଲି ବେଆଇନ ଚାଲାଣ ନେଇ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଟାର୍ଗେଟ କଲେ ପୂର୍ବତନ ବିଧାୟିକା ଦୀପାଳି ଦାସ। ସେହିଭଳି ହାର୍ଟ ହସ୍ପିଟାଲ ପ୍ରସଙ୍ଗରେ ବିଧାୟକ ଶ୍ରେୟ ରାଜନୀତି…

    Continue reading
    ବିଡିଓ ମିଛ କହୁଛନ୍ତି: ଚାମେଲି

    କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଆଉ ଠିକ୍ ଏତିକିବେଳେ ବିଡିଓ, ବିଧାୟକ, ମନ୍ତ୍ରୀ ଓ ଚାମେଲିଙ୍କ ବୟାନ ବିବାଦକୁ ଅଧିକ ଘନିଭୁତ କରିଛି । ଦୁଇ ଗୋଷ୍ଠୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ