ନୂଆଦିଲ୍ଲୀ : କଂଗ୍ରେସ ଏହାର ମୁଖ୍ୟାଳୟକୁ କୋଟଲା ମାର୍ଗସ୍ଥିତ ଇନ୍ଦିରା ଭବନକୁ ସ୍ଥାନାନ୍ତର କରିବ। ଆସନ୍ତା ସପ୍ତାହରେ ଇନ୍ଦିରା ଭବନର ଉଦ୍ଘାଟନ ସହିତ କଂଗ୍ରେସ ମୁଖ୍ୟାଳୟ ସ୍ଥାନାନ୍ତର ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। କୋଟଲାରେ ଇନ୍ଦିରା ଭବନର ନିର୍ମାଣ ଦୀର୍ଘବର୍ଷ ହେଲା ଚାଲିଥିବାବେଳେ ଏହା ଶେଷ ପର୍ୟ୍ୟାୟରେ ପହଞ୍ଚିଛି। କୋଟଲାକୁ କଂଗ୍ରେସ ମୁଖ୍ୟାଳୟ ସ୍ଥାନାନ୍ତର ସତ୍ତ୍ବେ ୨୪ ଆକବର ରୋଡର କାର୍ୟ୍ୟାଳୟକୁ ଖାଲି କରାଯିବ ନାହିଁ। ଆକବର ରୋଡ କାର୍ୟ୍ୟାଳୟରେ ଦଳର କିଛି ସେଲ୍ କାର୍ୟ୍ୟ କରିବ। ୧୯୭୮ରେ କଂଗ୍ରେସ (ଆଇ) ଗଠନ ହେବା ପରଠାରୁ ୨୪ ଆକବର ରୋଡ କଂଗ୍ରେସ ମୁଖ୍ୟାଳୟ ହୋଇ ରହିଛି। ନୂଆ କଂଗ୍ରେସ ମୁଖ୍ୟାଳୟର ନାମ ‘ଇନ୍ଦିରା ଭବନ’ ରଖାଯିବ। ପ୍ରାଥମିକ ପର୍ୟ୍ୟାୟରେ ନୂଆ ମୁଖ୍ୟାଳୟରେ ଦଳର ପ୍ରଶାସନ, ଆକାଉଣ୍ଟସ୍, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଭଳି ବିଭାଗ କାର୍ୟ୍ୟ କରିବ।
ଟାଇଗର ନୁହଁ , ସଲମାନ ଖାନ୍ ଥିଲେ ଟାର୍ଗେଟ୍
ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ତଦନ୍ତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍ ନୁହଁନ୍ତି, ବରଂ ଅଭିନେତା ସଲମାନ ଖାନ୍ ଥିଲେ ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍ ବୋଲି ଜଣାପଡ଼ିଛି। ସଲମାନଙ୍କ ଘର ଆଖପାଖରେ କଡ଼ା…







